spot_img

ରାଜ୍ୟରେ ଖାଲି ପଡ଼ିଛି ୧୬ଶହ ବିଜ୍ଞାନ ଶିକ୍ଷକ ପଦବୀ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ୧୬୦୦ ବିଜ୍ଞାନ ଶିକ୍ଷକ ପଦବୀ ଖାଲି ପଡ଼ିଛି । ଯାହାକୁ ନେଇ ଗୃହରେ ଉତ୍ତର ରଖିଲେ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଗଣ ଶିକ୍ଷାମନ୍ତ୍ରୀ । ସ୍କୁଲ ମାନଙ୍କରେ ବିଜ୍ଞାନଗାର ଖୋଲିବା ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଜରିଆରେ ୨୦୧୫ -୧୬ରୁ ୨୦୧୮-୧୯ ମଧ୍ୟରେ ବିଜ୍ଞାନ ଘର ନିର୍ମାଣ ପାଇଁ ୫୨୦ କୋଟି ଏବଂ ବିଜ୍ଞାନ ଉପକରଣ ପାଇଁ ୩୫୧କୋଟି ଟଙ୍କା ପ୍ରଦାନ କରାଯାଇଛି । ଯେଉଁଥିରେ ୨୫୬୨ ହାଇସ୍କୁଲରେ ବିଜ୍ଞାନ ଗାର ନିର୍ମାଣ କରାଯାଇଛି । ମୋ ସ୍କୁଲ ଯୋଜନାରେ ୪୨୯ଟି ବିଜ୍ଞାନ ଗାର ନିର୍ମାଣ କରିବାକୁ ଯୋଜନା ରହିଛି । ହେଲେ ୧୦୦ଟି ଆଦର୍ଶ ବିଦ୍ୟାଳୟ ରେ ବିଜ୍ଞାନଗାର ଅଛି । ସି .ଏସ. ଆର ଫଣ୍ଡରେ ୮୧୯ ସ୍କୁଲରେ ବିଜ୍ଞାନଗାର ନିର୍ମାଣ କରାଯାଉଛି । ପୋଷ୍ୟ ସ୍କୁଲ ଜରିଆରେ ୧୦୦ଟି ହାଇସ୍କୁଲରେ ବିଜ୍ଞାନଗାର ନିର୍ମାଣ କରାଯାଉଛି । ସେଥିମଧ୍ୟରୁ ୧୦୦ ଟି ଉକର୍ଷ ବିଦ୍ୟାଳୟରେ ବିଜ୍ଞାନଗାର ପ୍ରତିଷ୍ଠା କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular