କେନ୍ଦୁଝର : କେନ୍ଦୁଝର ଜିଲ୍ଲା ନରଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭିତରେ ଭାଲୁ ଉତ୍ପାତ । ଭାଲୁ ଆକ୍ରମଣରେ ତିନି ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ନରଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭିତର ଏକ ଭାଲୁ ପଶି ଶୋଇଥିଲା । ଆଜି ଜଣେ ଶିକ୍ଷକ ସ୍କୁଲ ଭିତର କୁ ଯିବା ସମୟରେ ତାଙ୍କୁ ପ୍ରଥମେ ଆକ୍ରମଣ କରିଥିଲା ।ଏହା ପରେ ତାକୁ ତଡିବା ସମୟ ରେ ଦୁଇ ଜଣ ଗାଁ ଲୋକଙ୍କୁ ଆକ୍ରମଣ କରି ଆହାତ କରି ଜଙ୍ଗଲକୁ ପଳାଇଯାଇଛି । ଆହାତ ମାନେ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0