ରାୟଗଡା : ରାୟଗଡାଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ମନ୍ତ୍ରୀ ସ୍ଵାଧୀନତା ସଂଗ୍ରାମୀଙ୍କୁ ମନେ ପକାଇବା ସହିତ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ସ୍ଵାଧୀନତା ସଂଗ୍ରାମରେ ରାୟଗଡା ଜିଲ୍ଲାର ଅବଦାନ ସମ୍ପର୍କରେ ମଧ୍ୟ ସେ ଆଲୋକପାତ କରିଥିଲେ । ବିଶିଷ୍ଟ ସମାଜସେବୀ ଶାନ୍ତି ଦେବୀ ବର୍ତ୍ତମାନ ପଦ୍ମ ପୁରସ୍କାର ପାଇଁ ମନୋନୀତ ହେବା ଏକ ଗର୍ବର ବିଷୟ ଏହି ଅଂଚଳ ପାଇଁ ବୋଲି କହିଥିଲେ । କରୋନା ଯୋଦ୍ଧାଙ୍କୁ ମନ୍ତ୍ରୀ ସମ୍ମାନିତ କରିଥିଲେ । ତେବେ କରୋନା କଟକଣା ମଧ୍ୟରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । କୌଣସି ସାଧାରଣ ଲୋକଙ୍କୁ ଉତ୍ସବରେ ସାମିଲ ଅନୁମତି ମିଳିନଥିଲା ।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0