ଭୁବନେଶ୍ୱର : ଦୁର୍ନୀତି ବିରୋଧରେ ପୁଣି କଠୋର ହୋଇଛନ୍ତି ରାଜ୍ୟ ସରକାର। ଦୁର୍ନୀତି ଓ ଅପରାଗତ ପାଇଁ ରାଜ୍ୟ ସରକାର ଆଜି ଆଉ ୭ଜଣ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଜେଲ୍ ଡିଆଇଜି, ଜଣେ କମାଣ୍ଡାଣ୍ଟ, ଜଣେ ଡିଏସପି, ଜଣେ ଡେପୁଟୀ କମାଣ୍ଡାଣ୍ଟ ଥିବା ବେଳେ ୨ଜଣ ଖସି ଅଧିକାରୀ ଓ ଜଣେ ସିଡିପିଓ ଅଛନ୍ତି।
ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଫିସରମାନେ ହେଲେ ଜେଲ୍ ବିଭାଗର ଡିଆଇଜି ଗୋପବନ୍ଧୁ ମଲ୍ଲିକ୍, କୋରାପୁଟ ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର, ଓଡ଼ିଶା ସଶସ୍ତ୍ର ପୁଲିସ୍ କମାଣ୍ଡାଣ୍ଟ ଏକାନ୍ତ ପ୍ରିୟ ନାୟକ, ଡିଏସପି ଗୌତମ ମଲ୍ଲିକ, ଓଡିଶା ସଶସ୍ତ୍ର ପୁଲିସ ସେବାର ଡେପୁଟୀ କମାଣ୍ଡାଣ୍ଟ ଦେବେନ୍ଦ୍ର ନାଥ ବେହେରା, କନିଷ୍ଠ ଖଣି ଅଧିକାରୀ ସତ୍ୟବ୍ରତ ରାଉତ ଓ କନିଷ୍ଠ ଖଣି ଅଧିକାରୀ ରମେଶ ଚନ୍ଦ୍ର ପଣ୍ଡା।
ଡିଆଇଜି ଗୋପବନ୍ଧୁ ମଲ୍ଲିକଙ୍କ ନାଁରେ ଜେଲ ୱାର୍ଡର ଚୟନ ନିମନ୍ତେ ଥିବା କମିଟିର ମୁଖ୍ୟ ଭାବରେ ନିଜ ପଦବୀର ଅପବ୍ୟବହାର କରି ଚୟନ ପ୍ରକ୍ରିୟାରେ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବାର ଅଭିଯୋଗ ରହିଥିଲା। ସେହିପରି ସ୍ନିଗ୍ଧାରାଣୀ ମିଶ୍ରଙ୍କ ନାଁରେ ଦୁଇଟି ଭିଜିଲାନ୍ସ କେସ୍ ରହିଛି। ୨୦୧୬ରେ ୮୦ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମୋକଦ୍ଦମା ଦାୟର କରାଯାଇଥିବା ବେଳେ ଅକ୍ଟୋବର ୨୦୨୦ ରେ ଛତୁଆ ବିଲ୍ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟଙ୍କ ଠାରୁ ୧ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଧରା ପଡିଥିଲେ। ସେ ବର୍ତ୍ତମାନ ନିଲମ୍ବିତ ଅଛନ୍ତି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0