ନୟାଗଡ଼ : ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁରର ନାବାଳିକା ପରୀ ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତ ଜଣେ ନାବାଳକ ବୋଲି ଜଣାପଡ଼ିଛି । ନୟାଗଡ଼ ପକ୍ସୋ କୋର୍ଟ ଏ ସଂକ୍ରାନ୍ତୀୟ ମାମଲାର ବିଚାର କରି ମୁଖ୍ୟ ଅଭିଯୁକ୍ତ ନାବାଳକ ବୋଲି ରାୟ ଦେଇଥିବା ଅଭିଯୁକ୍ତଙ୍କ ଓକିଲଙ୍କ ସୂତ୍ରରୁ ପ୍ରକାଶ। ଅଭିଯୁକ୍ତକୁ ନାବାଳକ ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପରିବାର । ଆଜି କୋର୍ଟରେ ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ ଦାଖଲ କରିଥିଲେ ଓକିଲ । ପ୍ରମାଣ ପାଇବା ପରେ କୋର୍ଟ ଅଭିଯୁକ୍ତକୁ ନାବାଳକ ଦର୍ଶାଇଛନ୍ତି । କୋର୍ଟଙ୍କ ଏହି ରାୟ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳକୁ ବଡ଼ ଝଟକା ଦେଇଛି । ଅଭିଯୁକ୍ତକୁ କେଉଁ ଉଦ୍ଦେଶ୍ୟରେ ଏସଆଇଟି ସାବାଳକ ସଜାଇଥିଲା, ତାକୁ ନେଇ ସନ୍ଦେହ ପ୍ରକାଶ ପାଉଛି। ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ୍ରୁ ତାଙ୍କ ଜନ୍ମ ୦୬/୦୨/ ୨୦୦୩ ବୋଲି ଏସଆଇଟି ମଧ୍ୟ ଅବଗତ ଥିଲା। ଅର୍ଥାତ ସେ ଏବେ ବି ନାବାଳକ, ହେଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଅଭିଯୁକ୍ତର ଓସିଫିକେସନ ପରୀକ୍ଷା ଆଧାରରେ ତାକୁ ୧୮ ବର୍ଷରୁ ଅଧିକ ବୋଲି କୋର୍ଟରେ ପ୍ରମାଣପତ୍ର ଦାଖଲ କରିଥିଲେ। ଫଳରେ କୋର୍ଟ ଅଭିଯୁକ୍ତକୁ ଜେଲ ପଠାଇ ଦେଇଥିଲେ। ନାବାବଳକ ଅଭିଯୁକ୍ତ ବାଲ ସୁଧାର ଗୃହରେ ରହିବାର ନିୟମ ରହିଛି। ଅଭିଯୁକ୍ତକୁ ଡିସେମ୍ବର ୨୦ ତାରିଖରେ ଗିରଫ କରାଯାଇଥିଲା। ବର୍ତ୍ତମାନ ଅଭିଯୁକ୍ତ ନାବାଳକ ବୋଲି ପ୍ରମାଣିତ ହୋଇଥବାରୁ ମାମଲା ଜଷ୍ଟିସ ଜୁଭେନାଇଲ ବୋର୍ଡକୁ ସ୍ଥାନାନ୍ତରିତ ହେବ ବୋଲି ଜଣାପଡ଼ିଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0