ଦୁନିଆଁର ଦୁଇ ମହାଶକ୍ତି ଆମେରିକା ଆଉ ରୁଷ ହୋଇଛନ୍ତି ମୁହାଁମୁହିଁ । ବିଶ୍ୱର ସବୁଠୁ ଥଣ୍ଡା ଅଂଚଳ ଆଂଟାର୍କାଟିକାକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ରୁଷ୍ ଜବତ କରିବା ପାଇଁ ଶୀତଳ ଯୁଦ୍ଧ ସମୟରେ ଆମେରିକାର ସହାୟତାରେ ଆଂଟାର୍କାଟିକାରେ ପରମାଣୁ କେନ୍ଦ୍ର ସ୍ଥାପନ କରିଥିଲା ନରୱେ, ଯାହାକୁ ପରବର୍ତୀ ସମୟରେ ବନ୍ଦ କରିଦିଆଯାଇଥିଲା । କିନ୍ତୁ ଏବେ ୧୮ ବର୍ଷ ପରେ ପୁଣିଥରେ ସେହି ପରମାଣୁ କେନ୍ଦ୍ର ଖୋଲିଛି ନରୱେ । ଏହି କେନ୍ଦ୍ର ପୁଣି ଥରେ ଖୋଲିବା ପାଇଁ ଆମେରିକା ଚାପ ପକାଇଥିବା କୁହାଯାଉଛି । ନରୱେର ଏହି ପରମାଣୁ କେନ୍ଦ୍ର ନିକଟରେ ଆମେରିକାର ତିନୋଟି ସି-ବୁଲ୍ ଫୁ ସବ୍ ମେରାଇନ ନିୟୋଜିତ ହେବ । ଏହାକୁ ନେଇ ପୂରା ଖଡଗହସ୍ତ ହୋଇଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ରୁଷ୍ ସୀମାଠାରୁ ମାତ୍ର ୨୨୦ ମାଇଲ୍ ଦୂରରେ ରହିଛି ନରୱେର ଏହି ପରମାଣୁ କେନ୍ଦ୍ର ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0