ବ୍ୟୁରୋ ରିପୋର୍ଟ: ଦକ୍ଷିଣ ଚୀନ ସାଗରରେ ଉତେଜନା । ଚୀନର ୬ ଜାହାଜକୁ ଜବତ କରିବା ସହ ୬୦ ଜଣଙ୍କୁ ଗିରଫ କଲା ମାଲେସିୟା । ଚୀନର ଏହି ଜାହାଜ ମାଲେସିୟା ଜଳ ସୀମାରେ ପ୍ରବେଶ କରି ମାଛ ମାରୁୁଥିବା ବେଳେ ସେମାନଙ୍କୁ ଧରିଛନ୍ତି ମାଲେସିୟା ନୌସେନା ଅଧିକାରୀ । କିଛି ଦିନ ପୂର୍ବରୁ ଚୀନ କୋଷ୍ଟଗାର୍ଡର ଏକ ଜାହାଜ ଇଣ୍ଡୋନେସିଆ ସମୁଦ୍ର ସୀମାକୁ ଅନୁପ୍ରବେଶ କରିଥିଲା, ଯାହାକୁ ବଳ ପୂର୍ବକ ବାହାର କରିଥିଲା ଇଣ୍ଡୋନେସିଆ ନେଭି । ପୂରା ଦକ୍ଷିଣ ଚୀନ ସାଗରରେ ନିଜର ଆଧିପତ୍ୟ ଜାହିର କରିବାକୁ ଚାହୁଁଛି ବେଜିଂ । ୯୦ ପ୍ରତିଶତ ଅଂଚଳ ତାର ବୋଲି ଚୀନ ଦାବି କରୁଛି । ବାରମ୍ବାର ବିଭିନ୍ନ ଦେଶର ଜଳସୀମା ଭିତରକୁ ଅନୁପ୍ରବେଶ କରି ତାର ଶକ୍ତି ପ୍ରଦର୍ଶନ କରୁଛି ଚୀନ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0