ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ପରମ୍ପରା ଅନୁଯାଇ କାଳିଆ ଠାକୁର ସଙ୍ଗରେ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଧରି ରତ୍ନ ସିଂହାସନ ଉପରୁ ଓହ୍ଲାଇ ଆସିଥିଲେ କାଳିଆ ସାଆନ୍ତ । ଭକ୍ତଶୂନ୍ୟ ଭାବେ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ଆଜିର ରଥଯାତ୍ରାର ଆୟୋଜିତ ହୋଇଛି । କେବଳ ମାତ୍ର କିଛି ସେବାୟତ ଓ ନିର୍ଦ୍ଦିଷ୍ଟ ପ୍ରଶାସକଙ୍କ ଗହଣରେ। ସେହିପରି ମଙ୍ଗଳ ଆଳତି ଠାରୁ ଆରମ୍ଭ କରି ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ୟ୍ୟ ପୂଜା, ଦ୍ୱାରପାଳ ପୂଜା, ବେଶ, ବଲ୍ଲଭ ଓ ସକାଳଧୂପ, ରଥ ପ୍ରତିଷ୍ଠା, ମଙ୍ଗଳାର୍ପଣ ସମୟ ନିର୍ଘଣ୍ଟ ଅନୁଯାୟୀ ଶେଷ ହେବାପରେ ପହଣ୍ଡି ଆରମ୍ଭ ହୋଇଥିଲା ସକାଳ ୭ଟା ୨୫ ମିନିଟ ସମୟରେ ଓ ଶେଷ ହୋଇଥିଲା ୯ଟା ୧୦ ମିନିଟରେ।ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀନଅରରୁ ତାମଯାନରେ ଆସି ୧୦ଟା ୩୫ରୁ ୧୧ଟା ୪୦ ପର୍ୟ୍ୟନ୍ତ କରିଥିଲେ ଛେରାପହଁରା। ତିନିରଥ ଆଗପଛ ହୋଇ ବଡ଼ଦାଣ୍ଡ ଉପରେ ଗଡ଼ି ଯାଇ ପହଞ୍ଚିଥିଲେ ଗୁଣ୍ଡିଚା ମନ୍ଦୀର ଆଗରେ ପ୍ରଥମେ ତାଳଧ୍ୱଜ, ଦେବଦଳନ ପରେ ନନ୍ଦୀଘୋଷ ରଥ ପହଁଚିଥିଲା ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0