spot_img

ଆସନ୍ତାକାଲି କଂଗ୍ରେସ ତରଫରୁ ଓଡିଶା ବନ୍ଦ ଡାକରା, ସକାଳ ୭ ରୁ ଦିନ ଗୋଟାଏ ହେବ ବନ୍ଦ ପାଳନ

ଆସନ୍ତାକାଲି ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ସକାଳ ୭ ଟାରୁ ଦିନ ଗୋଟାଏ ଯାଏ ଅର୍ଥାତ୍ ୬ ଘଣ୍ଟା ଯାଏ ବନ୍ଦ ପାଳନ କରିବ କଂଗ୍ରେସ । ଆମ୍ବୁଲାନ୍ସ, ଜରୁରୀ ସେବାରେ ନିୟୋଜିତ ଥିବା ଯାନବାହାନ, ଔଷଧ ଦୋକାନ, ଅତିଆବଶ୍ୟକ ସେବାରେ ଥିବା ଗାଡିକୁ ଏଥିରୁ ବାଦ୍ ଦିଆଯିବ । ସାଧାରଣ ଲୋକଙ୍କୁ ଯେପରି କୌଣସି ଅସୁବିଧା ହେବନି ତା ଉପରେ ବିଶେଷ ଧ୍ୟାନ ଦିଆଯିବ । ବନ୍ଦକୁ ଶାନ୍ତିପୂର୍ଣ୍ଣ କରିବା ପାଇଁ ଆହ୍ୱାନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପେଟ୍ରୋଲ, ଡିଜେଲ ,ଏଲପିଜି ଗ୍ୟାସର ଦର ବୃଦ୍ଧି, ବେକାରୀ ସମସ୍ୟା, ରାଜ୍ୟରେ ନାରୀ ଓ ଶିଶୁ ନିର୍ଯାତନା, ବିଗିଡିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ଏକାଧିôକ ପ୍ରସଙ୍ଗ ନେଇ ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular