ଆସାମରେ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରସୋରରେ କରାଯାଇଛି। ଏହି ସମୟରେ ରାହୁଲ ଗାନ୍ଧୀ ଜୋର ହାଟରେ ଏକ ନିର୍ବାଚନୀ ରାଲିରେ ଯୋଗଦେଇ ୫ଟି ପ୍ରତିଶୃତି ଦେଇଛନ୍ତି। ସେଥିମଧ୍ୟରୁ ଲୋକଙ୍କୁ ୨୦୦ ୟୁନିଟ ମାଗଣାରେ ବିଜୁଳି ଯୋଗାଣ, ରାଜ୍ୟର ୫ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ, ପ୍ରତି ମହିଳାଙ୍କୁ ମାସିକ ୨ ହଜାର ଟଙ୍କା ଆଦି ନିର୍ବାଚନୀ ପ୍ରତିଶୃତି ଥୋପ ରହିଛି। ଏହା ସହିତ ରାଜ୍ୟରେ ନାଗରିକତ୍ୱ ସଂଶୋଧନ ଆଇନ ଲାଗୁ ହେବ ନାହିଁ ବୋଲି ସେ କହିଛନ୍ତି। ସେହିପରି ଚା ବଗିଚାରେ କାମ କରୁଥିବା ଶ୍ରମିକଙ୍କ ମଜୁରୀକୁ ବଢାଇ ଦିଆଯାଇ ୩୬୫ ଟଙ୍କା କରାଯିବ। ଏବେ ଏହା ୧୬୫ ଟଙ୍କା ରହିଛି ବୋଲି ରାହୁଲ କହିଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0