ମଧ୍ୟପ୍ରଦେଶ: ପରଲୋକରେ ମଧ୍ୟପ୍ରଦେଶ ବ୍ୟାବରା ବିଧାନସଭା ଆସନର କଂଗ୍ରେସ ବିଧାୟକ ଗୋବର୍ଦ୍ଧନ ସିଂହ ଦାଙ୍ଗୀ । ମଙ୍ଗଳବାର ଦିନ ଦିଲ୍ଲୀର ମେଦାନ୍ତ ହସ୍ପିଟାଲ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ ଅଗଷ୍ଟ ୨୩ ତାରିଖରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କୁ ଭୋପାଳର ଚିରାୟୁ ହସ୍ପିଟାଲରେ ଭର୍ତ୍ତୀ କରାଯାଇଥିଲା ଏବଂ ସେଠାରେ ସେ ଚିକିତ୍ସିତ ହେବା ପରେ କରୋନା ରିପୋର୍ଟ ନେଗେଟିଭ ଆସିଥିଲା, କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ହୋଇନଥିଲା । ତେଣୁ ତାଙ୍କୁ ପୁଣିଥରେ ସେପ୍ଟେମ୍ବର ୪ ତାରିଖରେ ଏୟାର ଆମ୍ବୁଲାନ୍ସ ସାହାଯ୍ୟରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତୀ କରାଯାଇଥିଲା । ମଙ୍ଗଳବାର ସକାଳେ ତାଙ୍କର ମଲ୍ଟି ଅରଗାନ ଫେଲ ହୋଇଯିବା କାରଣରୁ ତାଙ୍କର ନିଧନ ହୋଇଛି । ଦାଙ୍ଗୀଙ୍କ ନିଧନ ପରେ ମଧ୍ୟପ୍ରଦେଶର ଆଉ ଏକ ଆସନ ଖାଲି ହୋଇଯାଇଛି, ଯାହାଫଳରେ ଉପ ନିର୍ବାଚନ ଆସନ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0