spot_img

ଆସନ୍ତା ୧୨ରୁ ଓଡିଶାରୁ ଗଡିବ ୨ଟି ଟ୍ରେନ

ଭୁବନେଶ୍ୱର: ଟ୍ରେନ୍ ଯାତ୍ରୀଙ୍କ ପାଇଁ ଖୁସି ଖବର । ଅନଲକ୍-୪ରେ ଦେଶରେ ଆଉ ଅଧିକ ୪୦ ଯୋଡ଼ା ଟ୍ରେନ୍ ଚଳାଚଳ ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ସେପ୍ଟେମ୍ବର ୧୨ରୁ ଦେଶର ବିଭିନ୍ନ ସ୍ଥାନକୁ ଆଉ ୪୦ ଯୋଡ଼ା ଅର୍ଥାତ୍ ୮୦ଟି ଟ୍ରେନ୍ ଚାଲିବ । ଏଥିପାଇଁ ୧୦ ତାରିଖରୁ ବୁକିଂ ଆରମ୍ଭ ହେବ । ଅନଲକ୍ ପରେ ଆରମ୍ଭ ହୋଥିବା ଟ୍ରେନ୍ ସେବା ଭଳି ଏଥିରେ କେବଳ ପୂର୍ବରୁ ଟିକେଟ୍ ରିଜର୍ଭସେନ କରିଥିବା ଯାତ୍ରୀ ଯାତ୍ରା କରିପାରିବେ । ପୁରୀରୁ ଅହମଦାବାଦକୁ ଟ୍ରେନ୍ ସପ୍ତାହକୁ ଗୋଟିଏ ଦିନ ଚାଲିବ । ସେହିଭଳି ଅହମଦାବାଦରୁ ପୁରୀକୁ ଟ୍ରେନ୍ ସପ୍ତାହକୁ ଥରେ ଆସିବ । ପୁରୀରୁ ଟ୍ରେନ୍ ବୁଧବାର ଛାଡ଼ିବ । ସେହିଭଳି ଅହମଦାବାଦରୁ ପୁରୀ ଆସିବାକୁ ଥିବା ଟ୍ରେନ୍ ଶୁକ୍ରବାର ଛାଡ଼ିବ । ଏନେଇ ଭାରତୀୟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ଦେଶରେ ମୋଟ ୨୩୦ଟି ଟ୍ରେନ୍ ଚାଲୁଥିବା ବେଳେ ଆସନ୍ତା ୧୨ରୁ ଆଉ ୪୦ ଯୋଡ଼ା ଟ୍ରେନ୍ ଚାଲିବା ନେଇ ସୂଚନା ଦେଇଛି ଭାରତୀୟ ରେଳବାଇ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular