spot_img

ଦୋଷୀ ଯିଏବି ହୁଅନ୍ତୁ ନା କାହିଁକି ଫାଶି ଦଣ୍ଡ ମିଳିବା ଉଚିତ: ଚେଲ୍ଲାକୁମାର 

ଖୋର୍ଦ୍ଧା : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର ପରୀକୁ ନ୍ୟାୟ ଦେବା ଦାବିରେ ଆଜି ନୟାଗଡ ଯଦୁପୁର ଗସ୍ତରେ ଯାଇ ପରୀର ପରିବାରଙ୍କୁ ଭେଟିଛନ୍ତି ।  ପରିବାର ଲୋକଙ୍କ ସହ ଆଲୋଚନା ପରେ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର ତାଙ୍କ ପ୍ରତିକିୟା ରଖିଛନ୍ତି। ସେ କହିଛନ୍ତି, ଏସ୍‌ଆଇଟି ତଦନ୍ତ କରି ପ୍ରକୃତ ଦୋଷୀଙ୍କୁ ସାମ୍ନାକୁ ଅଣାଯାଉ । ଦୋଷୀ ଯିଏବି ହୁଅନ୍ତୁ ନା କାହିଁକି ତାଙ୍କୁ ଆଇନ ଅନୁଯାୟୀ ଫାଶି ଦଣ୍ଡ ମିଳିବା ଉଚିତ। ଆମେ ନ୍ୟାୟ ଚାହୁଁଛୁ । ଯେତେଯାଏଁ ଦୋଷୀଙ୍କୁ ଦଣ୍ଡ ନ ମିଳିଛି ଆମେ ସେତେ ଯାଏଁ ଲଢ଼ିବୁ ବୋଲି ସେ କହଛନ୍ତି

ପରୀ ହତ୍ୟା ଘଟଣାରେ ଆଜି କଂଗ୍ରେସର ଏକ ଟିମ ଯଦୁପୁର ଗସ୍ତରେ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହି ଟିମରେ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ତାରା ବାହିନୀପତି, ଭକ୍ତ ଦାସ, ପ୍ରଦୀପ ମାଝୀ ଏବଂ କିଛି ବରିଷ୍ଠ ନେତା ଅଛନ୍ତି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular