ଭୁବନେଶ୍ୱର : “ଟାଟାରେ ଚାକିରି କରୁଥିଲି, ହେଲେ ଏବେ ଟାଟା ସପୋର୍ଟ କରୁ ନାହିଁ। ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି। ବାହାରକୁ ଆସିଲା ପରେ ସମସ୍ତ ତଥ୍ୟ ଗଣମାଧ୍ୟମକୁ ଦେବି ।” ଆଜି ଗଣମାଧ୍ୟମକୁ ଏମିତି ପ୍ରତିକ୍ରିୟା ଦେଇଛନ୍ତି ଆକାଶ ପାଠକ। ରିମାଣ୍ଡ ଅବଧି ସରିବା ପରେ ଆଜି ଆକାଶ ଓ ତାଙ୍କ ବାପାଙ୍କୁ ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା। ସେହି ସମୟରେ ଆକାଶ ଏହି ପ୍ରତିକ୍ରିୟା ଦେଇଥିଲେ। ସେହିପରି ଆକାଶଙ୍କ ବାପା ଅଭୟକାନ୍ତ ପାଠକ କହିଥିଲେ ଯେ ତାଙ୍କ ପାଖରେ ସବୁ ପ୍ରମାଣ ଅଛି। ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି।
ତିନି ଦିନିଆ ରିମାଣ୍ଡରେ ନେଇ ପାଠକ ବାପା-ପୁଅଙ୍କୁ ଭିଜିଲାନ୍ସ ଅଧିକାରୀ ପଚରାଉଚରା କରିଥିବା ବେଳେ କୋଟି କୋଟି ଟଙ୍କା ଓ ବେନାମୀ ସମ୍ପତ୍ତି ସଂପର୍କରେ ତଥ୍ୟ ପାଇଥିବା ସୂଚନା ମିଳିଛି। ତେବେ ଅଭୟକାନ୍ତଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସ ଆହୁରି ଖୋଳତାଡ଼ ଜାରି ରଖିଛି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0