ଖୋର୍ଦ୍ଧା: ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କୋଭିଡ ଭ୍ୟାକ୍ସିନ୍ ଶୁଭାରମ୍ଭ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଅନ୍ତର୍ଗତ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରଥମେ କୋଭିଡ ଭ୍ୟାକ୍ସିନ୍ ର ଶୁଭାରମ୍ଭ କରାଯାଇଛି । ପ୍ରଥମେ ବାଳକଟି ଡାକ୍ତରଖାନାର ମୁଖ୍ୟ ଚିକିତ୍ସାଧିକାରୀ ଡଃ ତନ୍ମୟ ତ୍ରିପାଠୀ ଟୀକା ନେଇ ଶୁଭାରମ୍ଭ କରିଥିଲେ l ତାପରେ ଡାକ୍ତରଖାନାର ଅନ୍ୟ କର୍ମଚାରୀ ମାନଙ୍କୁ ଦିଆଯାଇଥିଲା l ଏହି ଅବସରରେ ପ୍ରଥମେ ବାଳକାଟି ଅଞ୍ଚଳର ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ଏହି କୋଭାକ୍ସିନ୍ ଦିଆଯାଇଛି । ଏହି ଭ୍ୟାକ୍ସିନ୍ ମୋଟ ୧୩୦ ଜଣ ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ଦିଆଯାଇଛି । ଏହି ଭ୍ୟାକ୍ସିନ୍ ଦିଆଯିବାର ୨୮ ଦିନ ପରେ ଭ୍ୟାକ୍ସିନ୍ ଯେଉଁ ମାନଙ୍କୁ ଦିଆଯାଇଛି ପୁଣିଥରେ ଦିଆଯିବ ବୋଲି ମେଡ଼ିକାଲ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି । ବୁଧବାର ପାହାଳ ମେଡିକାଲ ଓ ଗୁରୁବାର ଭିଙ୍ଗାରପୁର ମେଡିକାଲରେ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ଏହି କୋଭାକ୍ସିନ୍ ଦିଆଯିବ ବୋଲି ଜଣାପଡିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0