ଖୁଣ୍ଟୁଣୀ: କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ରାଧାକୃଷ୍ଣପୁର ପଞ୍ଚାୟତର ଖଣ୍ଡୁଆଳି ଗ୍ରାମରେ ୩ଦିନ ଭିତରେ ୧୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ଆଠଗଡ଼ ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଉକ୍ତ ଗ୍ରାମକୁ ଗତ ୮ତାରିଖ ଶନିବାର ସନ୍ଧ୍ୟା ୬ଟାରୁ ୧୮ତାରିଖ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ସାତଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ଗ୍ରାମକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ବାଉଁଶ ବାନ୍ଧି ସିଲ କରାଯାଇଛି। ଏହି ସମୟ ମଧ୍ୟରେ ଖଣ୍ଡୁଆଳି ଗ୍ରାମକୁ ବାହାର ବ୍ୟକ୍ତିଙ୍କ ପ୍ରବେଶ ଏବଂ ଗ୍ରାମବାସୀ ବାହାରକୁ ଯିବା ଉପରେ କଟକଣା ଜାରି କରାଯାଇଛି। ସେହିପରି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀଙ୍କ ସମେତ ୭ଜଣିଆ ଦଳ ଖଣ୍ଡୁଆଳି ଗ୍ରାମରେ ପହଞ୍ଚି ଗୃହ ସଂଗରୋଧରେ ଥିବା କରୋନା ସଂକ୍ରମିତ ଓ ସେମାନଙ୍କ ପରିବାରକୁ ଭେଟି ସ୍ବାସ୍ଥ୍ୟାବସ୍ଥା ତଦାରଖ କରିବା ସହ ଔଷଧ ପ୍ରଦାନ କରିଛନ୍ତି। ବର୍ତ୍ତମାନ ପରିସ୍ଥିତରେ ବାହାରକୁ କିମ୍ବା କାହା ଘରକୁ କେହି ନ ଯିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଟିମ ପରାମର୍ଶ ଦେବା ସହ ସଚେତନତା କରାଇଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0