ଭୁବନେଶ୍ବର : ଗତ ୫ ଦିନ ହେଲା ରାଜ୍ୟରୁ ଶୀତ ଉଭା ହୋଇଯାଇଛି। ଫେବୃ୍ରାରି ଶେଷ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହ ଭଳି ପରିବେଶ ଅନୁଭୂତ ହେଉଛି। ଆଉ ମାତ୍ର ୩ ଦିନ ପରେ ରାଜ୍ୟକୁ ଶୀତ ପୁଣି ଫେରିବ। ପାରଦ ନିମ୍ନଗାମୀ ହେବ ଓ ପୁଣି କମ୍ବଳ ଖୋଜା ଆରମ୍ଭ ହୋଇଯିବ। ଗତ କିଛି ଦିନ ହେଲା ରାଜ୍ୟକୁ କ୍ରମାଗତ ଭାବେ ପୂର୍ବା ଓ ଦକ୍ଷିଣା ପବନର ପ୍ରବାହ ଯୋଗୁଁ ତଥା ଅନ୍ୟପଟେ ଉତ୍ତରା ପବନ ପ୍ରବାହରେ ବାଧା ସୃଷ୍ଟି ଯୋଗୁଁ ତାପମାତ୍ରା ବଢ଼ିବାରେ ଲାଗିଛି। ଆସନ୍ତା ୩ ଦିନ ପର୍ୟ୍ୟନ୍ତ ରାଜ୍ୟରେ ଏହି ଭଳି ତାପମାତ୍ରା ଲାଗି ରହିବ। ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରି ଅଧିକ ରହିବ। ସେହିପରି ଉପକୂଳ ଓଡ଼ିଶାର ବି ରାତ୍ରି ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ପର୍ୟ୍ୟନ୍ତ ଅଧିକ ରହିବ। ଏହାପରେ ପାରଦ ନିମ୍ନଗାମୀ ହେବ। ଫଳରେ ୧୨ ତାରିଖଠାରୁ ପୁଣି ରାଜ୍ୟକୁ ଶୀତ ଫେରିବ। ଆସନ୍ତା ସପ୍ତାହେ ପର୍ୟ୍ୟନ୍ତ ପାଗ ଶୁଖିଲା ଓ ଖରାଟିଆ ରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0