ବରିଷ୍ଠ କଂଗ୍ରେସ ବିଧାୟକ ରମେଶ କୁମାର ଗୁରୁବାର କର୍ଣ୍ଣାଟକ ବିଧାନସଭାରେ କହଥିଲେ ଯେ ଯେତେବେଳେ ଦୁଷ୍କର୍ମକୁ ଏଡାଇ ପାରୁ ନାହଁ ସେତେବେଳେ ନିରବରେ ଶୋଇପଡ଼ ଓ ଏହାକୁ ଉପଭୋଗ କର। କର୍ଣ୍ଣାଟକ ବିଧାନସଭା ଭିତରେ ‘ଦୁଷ୍କର୍ମକୁ ଉପଭୋଗ କରି’ କହି ବିବାଦ ସୃଷ୍ଟି କରିଥିବା ବରିଷ୍ଠ କଂଗ୍ରେସ ବିଧାୟକ ତଥା କର୍ଣ୍ଣାଟକ ବିଧାନସଭାର ପୂର୍ବତନ ବାଚସ୍ପତି କେ ଆର ରମେଶ କୁମାର ଶୁକ୍ରବାର ଦିନ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି। ‘ମୋର ମନ୍ତବ୍ୟ ଯଦି ମହିଳାଙ୍କ ଭାବନା ଓ ଭାବାବେଗକୁ ଆଘାତ କରିଥାଏ, ତେବେ କ୍ଷମା ମାଗିବାରେ ମୋର କୌଣସି ଅସୁବିଧା ନାହିଁ। ଏଥିପାଇଁ ମୁଁ ମୋ ହୃଦୟରୁ କ୍ଷମା ପ୍ରାର୍ଥନା କରୁଛି’ ବୋଲି ସେ କର୍ଣ୍ଣାଟକ ବିଧାନସଭାରେ କହିଛନ୍ତି। ରାଜ୍ୟରେ ହୋଇଥିବା ବର୍ଷା ଏବଂ ବନ୍ୟା ସମ୍ବନ୍ଧୀୟ କ୍ଷୟକ୍ଷତି ଉପରେ ବିଧାନସଭାରେ ଆଲୋଚନା ଚାଲିଥିବା ସମୟରେ ଅନେକ ବିଧାୟକ ନିଜ ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କ ଦୁର୍ଦ୍ଦଶା ସଂପର୍କରେ କହିବାକୁ ଚାହିଁଥିଲେ। ଏବଂ ଏଥିପାଇଁ ବିଧାୟକମାନେ ବିଧାନସଭାର ସମୟ ବଢ଼ାଇବାକୁ ଜିଦ୍ ଧରିଥିଲେ। କିନ୍ତ, ବାଚସ୍ପତି ବିଶ୍ୱେଶ୍ୱର ହେଗଡେ କାଗେରୀ ସମୟର ସ୍ୱଳ୍ପତା ଦୃଷ୍ଟିରୁ ସନ୍ଧ୍ୟା ୬ ଟା ସୁଦ୍ଧା ଆଲୋଚନାକୁ ବନ୍ଦ କରିବାକୁ ଚାହୁଁଥିଲେ।ଏହାକୁ କେନ୍ଦ୍ରକରି ବିଧାୟକମାନେ ହୋହାଲ୍ଲା କରି ଯେତେବେଳେ ବିଧାନସଭାକୁ ଅଚଳ କରିଦେଲେ ସେତେବେଳେ ବାଚସ୍ପତି ବିଶ୍ୱେଶ୍ୱର ହେଗଡେ କାଗେରୀ କହିଥିଲେ, ମୁଁ ଏପରି ପରିସ୍ଥିତିରେ ଅଛି ଯେଉଁଠାରେ ମୋତେ ଉପଭୋଗ କରିବାକୁ ପଡିବ ଏବଂ ‘ହଁ, ହଁ’ କହିବାକୁ ପଡ଼ିିବ। ମୁଁ ଏହା ଅନୁଭବ କରୁଛି। ସେ ବୁଝାଇଥିଲେ ଯେ ତାଙ୍କର ଏକମାତ୍ର କାର୍ୟ୍ୟକୁ ସୁଚାରୁ ରୂପେ ଚଳାଇବା।ଏହି ସମୟରେ ବରିଷ୍ଠ କଂଗ୍ରେସ ବିଧାୟକ ତଥା କର୍ଣ୍ଣାଟକ ବିଧାନସଭାର ପୂର୍ବତନ ବାଚସ୍ପତି କେ ଆର ରମେଶ କୁମାର ଏଥିରେ ହସ୍ତକ୍ଷେପ କରି କହିଥିଲେ, ‘ଦେଖ, ଏକ କଥା ଅଛି- ଯେତେବେଳେ ଦୁଷ୍କର୍ମ ବା ବଳାତ୍କାରକୁ ଏଡାଇ ପାରୁ ନାହଁ ବା ଏହା ଅପରିହାର୍ୟ୍ୟ ହୋଇପଡ଼ିଛି, ସେତେବେଳେ ଶୋଇ ଯାଅ ଏବଂ ଏହାକୁ ଉପଭୋଗ କର ଠିକ୍ ସେହି ସ୍ଥିତି ଯେଉଁଥିରେ ଆପଣ ଅଛନ୍ତି’। ରମେଶ କୁମାରଙ୍କ ଏ ବିବୃତ୍ତିକୁ କେନ୍ଦ୍ରକରି ବିଧାନସଭାରେ ତୁମୁଳ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଏପରିସ୍ଥିତିରେ ରମେଶ କୁମାର ତାଙ୍କର ବକ୍ତବ୍ୟ ପାଇଁ କ୍ଷମା ମାଗିବା ସହ କହିଛନ୍ତି ଯେ ଏଣିକି କୌଣସି ମନ୍ତବ୍ୟ ଦେବା ପୂର୍ବରୁ ମୁଁ ମୋର ଶବ୍ଦକୁ ଯତ୍ନର ସହ ବାଛିବି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0