spot_img

ବେଞ୍ଚ ସ୍ଥାପନ ନେଇ କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ବାବଦରେ ଆଜି ଲୋକସଭାରେ କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଛନ୍ତି ଦୁଇ ଜଣ ସାଂସଦ | ସାଂସଦ ବସନ୍ତ ପଣ୍ଡା ଓ ସାଂସଦ ସପ୍ତଗିରି ଉଲାକା ପ୍ରଶ୍ନ କରିଛନ୍ତି ଯେ ଓଡିଶା ହାଇକୋର୍ଟର ନୂଆ ଖଣ୍ଡପୀଠ ସ୍ଥାପନ ପାଇଁ କୌଣସି ପ୍ରସ୍ତାବ ଅଛି କି? ମନ୍ତ୍ରାଳୟ ପକ୍ଷରୁ ଅବିଭକ୍ତ କୋରାପୁଟରେ ନୂଆ ବେଞ୍ଚ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ପ୍ରସ୍ତାବ ଆସିଛି କି?

କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ  ଏହାର ଉତ୍ତର ଦେଇ  କହିଛନ୍ତି ଯେ ଓଡ଼ିଶା ସରକାର ଓଡ଼ିଶାର ପଶ୍ଚିମ ଓ ଦକ୍ଷିଣ କ୍ଷେତ୍ରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଅନୁରୋଧ କରିଛନ୍ତି | ଓଡିଶା ହାଇକୋର୍ଟର ପରାମର୍ଶ ନେଇ ପ୍ରସ୍ତାବିତ ଖଣ୍ଡପୀଠ ବାବଦରେ ସମ୍ପୂର୍ଣ୍ଣ ବିବରଣୀ ଦିଅନ୍ତୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି |

LEAVE A REPLY

Please enter your comment!
Please enter your name here

- Advertisment -

Most Popular