ଆଠମଲ୍ଲିକ : ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡ ର ଉଳୁଥୁ ଗ୍ରାମ ନିକଟରେ ଏକ ମେଗା ଉଠା ଜଳସେଚନ ପ୍ରକଳ୍ପ ମଂଜୁର ହୋଇଛି। ମୁଖ୍ୟମନ୍ତ୍ରୀ ଏହି ଭୂମି ପୂଜା ଉଲୁଥୁ ଗ୍ରାମ ଠାରେ କରିସାରିଛନ୍ତି। ତେବେ ଅଚାନକ ନିର୍ମାଣ କାର୍ୟ୍ୟ କୁ ଏକ ଠିକା ସଂସ୍ଥା ଉଳୁଥ ଗ୍ରାମ ଠାରୁ ମେଘା ପ୍ରକଳ୍ପ ନିର୍ମାଣ କାର୍ୟ୍ୟ କୁ ପତାକା ଗ୍ରାମ କୁ ସ୍ଥାନାନ୍ତରିତ କରିଅଛି । ଏଣୁ ଉଳୁଥୁ ଗ୍ରାମ ବାସୀଙ୍କ ମଧ୍ୟରେ ପ୍ରବଳ ଉତେଜନା ଦେଖାଦେଇଛି । ଉଲୁଥୁ ଗ୍ରାମ ବାସୀ ଙ୍କ ପକ୍ଷରୁ ଆଜି ମୁଖ୍ୟ ମନ୍ତ୍ରୀ ଭୂମି ପୂଜା କରିଥିବା ଉଲୁଥୁ ଗ୍ରାମରେ ମେଗା ପ୍ରକଳ୍ପ କୁ ବିରୋଧ କରି ଆଠମଲ୍ଲିକ ଉପଜିଲ୍ଲାପାଳ ଙ୍କ କାଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ୟେଶ୍ୱେରେ ଏକ ଦାବି ପତ୍ର ଆଠମଲ୍ଲିକ ଉପଜିଲ୍ଲାପାଳକୁ ପ୍ରଦାନ କରିଛନ୍ତି ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0