ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଧୋନୀ କ୍ରିକେଟ ବୋର୍ଡ ହେଉଛି ବିସିସିଆଇ । ତେବେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡର ୨୦୧୮-୧୯ ବର୍ଷ ସୁଦ୍ଧା ମୋଟ ସମ୍ପତ୍ତିର ପରିମାଣ ୧୪,୪୮୯ କୋଟି ଟଙ୍କା ବୋଲି ଜଣାପଡ଼ିଛି। ବିସିସିଆଇ ବାଲାନ୍ସ ସିଟ୍ରୁ ଏହା ସ୍ପଷ୍ଟ ହୋଇଥିବା ବେଳେ ୨୦୧୯-୨୦ ବର୍ଷ ନିମନ୍ତେ ବିସିସିଆଇ ଆୟ ସଂପର୍କରେ ତାଲିକା ପ୍ରସ୍ତୁତ ହୋଇନାହିଁ। ୨୦୧୯-୨୦ରେ ବିସିସିଆଇ ପାଖାପାଖି ୨୩୯୭.୧୯ କୋଟି ଟଙ୍କା ରୋଜଗାର କରିଥିବା ଆଲୋଚନା ହେଉଛି। ୨୦୧୮ ଆଇପିଏଲ୍ରୁ ବିସିସିଆଇ ୨୪୦୭.୪୬ କୋଟି ଟଙ୍କା ଆୟ କରିଥିବା ଆକଳନ କରାଯାଇଛି। ସେହିପରି ଭାରତୀୟ କ୍ରିକେଟ୍ ଦଳର ମ୍ୟାଚ୍ ପ୍ରସାରଣ ଅଧିକାର ବାବଦକୁ ବିସିସିଆଇ ୮୨୮ କୋଟି ଟଙ୍କା ଆୟ କରିଥିବା ବେଳେ ମୋଟ୍ ବ୍ୟୟର ପରିମାଣ ୧,୫୯୨.୧୨ କୋଟି ଟଙ୍କା ଦର୍ଶାଯାଇଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0