ଭୁବନେଶ୍ୱର: ବିଧାନସଭା ଅଧିବେଶନ ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଫେବୃଆରୀ ୧୭ ତାରିଖରେ ବସିବ ଏହି ସର୍ବଦଳୀୟ ବୈଠକ । ଏହି ବୈଠକରେ ବିରୋଧୀ ଦଳ ନେତା , ସଂସଦୀୟ ବ୍ୟାପାର ମନ୍ତ୍ରୀ, ସରକାରୀ ଦଳର ମୁଖ୍ୟ ସଚେତକ ଓ କଂଗ୍ରେସର ବିଧାୟକ ଦଳର ନେତା ଉପସ୍ଥିତ ରହିବେ । ଗୃହ ସୁରୁଖୁରରେ ଚାଲିବା ନେଇ ହେବ ଆଲୋଚନା ।
ବିଧାନସଭାରେ ଫେବୃୟାରୀ ୧୮ ରୁ ଏପ୍ରିଲ ୯ ପର୍ଯ୍ୟନ୍ତ ଚାଲିବ ବଜେଟ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ଚଳିତବର୍ଷର ବଜେଟ ଅଧବେଶନ ଆରମ୍ଭ ହୋଇ ୨୨ ତାରିଖରେ ଗୃହରେ ଉପସ୍ଥାପନା ୨୦୨୧-୨୨ର ଆର୍ଥିକ ବର୍ଷର ରାଜ୍ୟ ବଜେଟ। ବିଧାନସଭାରେ ଚଳିତ ବର୍ଷ ପେପରଲେସ ବଜେଟ ଆଗତ ହେବ । ଲୋକସଭାରେ ଯେପରି ଚଳିତବର୍ଷ ପେପରଲେସ ବଜେଟ ଆଗତ ହୋଇଛି । ଠିକ ସେହିପରି ବିଧାନସଭାରେ ମଧ୍ୟ ପେପରଲେସ ବଜେଟ ଆଗତ ହେବ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0