ବ୍ରହ୍ମପୁର: ବ୍ରହ୍ମପୁର ବାଳସୁଧାର ଗୃହରେ କରୋନା । ୪୫ ଅନ୍ତେବାସୀ କରୋନା ସଂକ୍ରମିତ ହୋଇଛନ୍ତି । ବ୍ରହ୍ମପୁର ଜରଡା ବଙ୍ଗଳା ରାସ୍ତାରେ ଥିବା ବାଳ ସୁଧାର ଗୃହରେ ଅନ୍ତେବାସୀଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଆଉ କିଛି ଅନ୍ତେବାସୀ ଜ୍ୱର ଥଣ୍ଡାରେ ପୀଡିତ ଥିବା ଜଣାପଡିଛି । ବାଳ ସୁଧାର ଗୃହ ପରିସରରେ ଥିବା ସଙ୍ଗରୋଧ କକ୍ଷ ବ୍ୟବସ୍ଥା କରି ନବାଳକଙ୍କ ଚିକିତ୍ସା କରାଯାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ଡାକ୍ତରଙ୍କୁ ଡେପୁଟେସନରେ ବାଳ ସୁଧାର ଗୃହକୁ ପଠାଯାଇଛି । କରୋନା ପଜିଟିଭ ୪୫ ଅନ୍ତେବାସୀଙ୍କ ପ୍ରଥମ ପର୍ଯ୍ୟାୟରେ ୫ ଦିନ ପର୍ଯ୍ୟନ୍ତ ଔଷଧ ପ୍ରଦାନ କରାଯାଇଛି । ତେବେ ଏବେ ସବୁ ପିଲାଙ୍କ ଅବସ୍ଥା ସୁସ୍ଥ ରହିଥିବା ବେଳେ କୌଣସି ଲକ୍ଷଣ ନଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଡଙ୍ଗୀ ସୂଚନା ଦେଇଛନ୍ତି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0