spot_img

ଧାରଣାରେ ବସିଥିବା ସାଂସଦଙ୍କ ପାଇଁ ଚା’ ନେଇ ପହଞ୍ଚିଲେ ଉପସଭାପତି

ନୂଆଦିଲ୍ଲୀ: କୃଷି ବିଲକୁ ବିରୋଧ କରି ରାଜ୍ୟସଭାର ୮ ଜଣ ନିଲମ୍ବିତ ସାଂସଦ ଧାରଣାରେ ବସିଛନ୍ତି । ସେମାନଙ୍କୁ ଦେଖା କରିବାକୁ ମଙ୍ଗଳବାର ସକାଳେ ରାଜ୍ୟସଭାର ଡେପୁଟି ଚେୟାରମ୍ୟାନ ହରିବଂଶ ଚା’ ନେଇ ପହଞ୍ଚିଥିଲେ । ସୂଚନାଯୋଗ୍ୟ କି ରବିବାର ରାଜ୍ୟସଭାରେ କୃଷି ବିଲ୍ ଆଗତ କରାଯାଉଥିବା ସମୟରେ ଡେପୁଟି ଚେୟାରମ୍ୟାନ୍ ହରିବଂଶ ବସିଥିଲେ । ଏହି ସମୟରେ ସାଂସଦମାନେ ହଙ୍ଗାମା କରିବା ସହ ରୁଲ୍ ବୁକ୍ ଚିରି ଦେଇଥିଲେ । ମାଇକ୍ ମଧ୍ୟ ଭାଙ୍ଗି ଦେଇଥିଲେ । ଏହା ପରେ ରାଜ୍ୟ ସଭା ଟିଭିକୁ ମ୍ୟୁଟ୍ କରିବା ସହ ଧ୍ୱନିମତରେ କୃଷି ବିଲ୍‌କୁ ପାସ୍ କରିଦିଆଯାଇଥିଲା । ଏହି ଘଟଣାରେ ରାଜ୍ୟସଭା ସଭାପତି ଏମ୍‌, ଭେଙ୍କିୟା ନାଇଡ଼ୁ କାର୍ଯ୍ୟାନୁଷ୍ଠାନ ନେଇ ଡେରେକ ଓ’ ବ୍ରାଉନ୍‌, ସଂଜୟ ସିଂହ, ରାଜୀବ ସାଟବ, କେକେ ରାଗେଶ, ରିପୁନ୍ ବୋରା, ଡୋଲା ସେନ୍ ଓ ଏ. କରିମଙ୍କୁ ସସ୍‌ପେଣ୍ଡ କରିଦେଇଥିଲେ । ଏହା ପରେ ସମସ୍ତ ନିଲମ୍ବିତ ସାଂସଦ, ସଂସଦ ପରିସରରେ ଧାରଣାରେ ବସିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular