spot_img

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭେଟେରାନ ବିଜେପି ନେତା ଯଶୱନ୍ତ ସିଂଙ୍କ ଦେହାନ୍ତା ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଏନଡିଏର ପ୍ରଥମ ସରକାର ସମୟରେ ବିଦେଶ ଏବଂ ପ୍ରତିରକ୍ଷା ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିଥିଲା ତାଙ୍କ ହାତରେ । ୧୯୯୯ ରୁ ୨୦୦୪ ମସିହା ଯାଏଁ ସେ କେନ୍ଦ୍ର ମନ୍ତ୍ରୀ ଦାୟିତ୍ୱରେ ରହିଥିଲେ । ତାଙ୍କର ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରି କହିଛନ୍ତି ଯେ, ଯଶୱନ୍ତ ସିଂ ଜଣେ ବୁଦ୍ଧିଜିବୀ ଏବଂ ଦେଶ ପାଇଁ ତାଙ୍କର ସେବା ମନୋଭବ ସର୍ବଦା ସ୍ମରଣ କରାଯିବ । ଅଟଳ ଜିଙ୍କ ସରକାର ସମୟରେ ସେ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ପରିଚାଳନା କରିଥିଲେ ଏବଂ ଅର୍ଥ , ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପରରେ ଏକ ଦୃଢ ଚିହ୍ନ ରଖିଥିଲେ । ତାଙ୍କ ଦେହାନ୍ତରେ ଦୁଃଖିତ । ଏଥିସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଯଶୱନ୍ତ ସିଂଙ୍କୁ ତାଙ୍କର ବୈଦ୍ଧିକ ଦକ୍ଷତା ତଥା ଦେଶ ପାଇଁ ସେବା ପାଇଁ ସ୍ମରଣ କରାଯିବ । ରାଜସ୍ଥାନରେ ବିଜେପିକୁ ମଜବୁତ କରିବାରେ ସେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular