ରାଜ୍ୟରେ ଆଉ ୫ ମୁଣ୍ଡ ନେଲା ମହାମାରୀ କରୋନା, ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୨, କଟକ, ପୁରୀ ଓ ଭୁବନେଶ୍ବରରୁ ଜଣେ ଲେଖାଏଁ ରହିଛନ୍ତି । ରାଜ୍ୟରେ ଏହି ୫ଜଣଙ୍କୁ ମିଶାଇ କରୋନା ମୃତ୍ୟୁ ସଂଖ୍ୟା ୬୧ ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା।
2. A 46-year old Male of Cuttack district who was also suffering from Diabetes, Hypertension and Hypothyroidism.
3. A 56-year old female of Bhubaneswar who was also suffering from Diabetes.
4. A 55-year old Male of Ganjam district.
— H & FW Dept Odisha (@HFWOdisha) July 11, 2020
ଗଞ୍ଜାମର ଜଣେ ୭୨ ବର୍ଷିୟ ବୃଦ୍ଧ ମଧୁମେହରେ ପୀଡ଼ିତ ଥିଲେ। ଅନ୍ୟ ଜଣେ ମୃତକଙ୍କର ବୟସ ୫୫ ବର୍ଷ ବୋଲି ଏଥିରେ ଦର୍ଶାଯାଇଛି। ସେହିପରି ପୁରୀ ଜିଲ୍ଲାର ୭୦ ବର୍ଷିୟ ବୃଦ୍ଧ ଓ କଟକ ଜିଲ୍ଲାର ୪୬ ବର୍ଷିୟ ବ୍ୟକ୍ତି ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।ଭୁବନେଶ୍ୱରର ଯେଉଁ ୫୬ ବର୍ଷୀୟା ମହିଳାଙ୍କର କରୋନାରେ ମୃତ୍ୟୁ ଘଟିଛି ସେ ବି ମଧୁମେହରେ ପୀଡ଼ିତ ଥିଲେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Regret to inform the demise of 5 Covid positive patients while under treatment in hospitals.
1. A 70-year old Male of Puri district who was also suffering from Diabetes and Hypertension.
— H & FW Dept Odisha (@HFWOdisha) July 11, 2020
ଏହାକୁ ନେଇ ଗଞ୍ଜାମ ଜିଲ୍ଲାରେ ଆଜି ୨ ଜଣଙ୍କ ମୃତ୍ୟୁ ଘଟିବା ପରେ ଏଠାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି। ଖୋର୍ଦ୍ଧାରେ କରୋନା ମୃତକଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଥିବା ବେଳେ କଟକରେ ୬ରେ ପହଞ୍ଚିଛି। ପୁରୀରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ସୁନ୍ଦରଗଡ଼, ବରଗଡ଼, ଅନୁଗୁଳ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ସେହିପରି ଅନ୍ୟାନ୍ୟ ରୋଗରେ ପୀଡ଼ିତ ରାଜ୍ୟରେ ୧୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0