ଶରୀରରେ ଜର ନଥିଲେ ବି ହୋଇପାରେ କରୋନା । ଅର୍ଥାତ୍ ଆପଣଙ୍କୁ ଜର ନଥିବ ତେବେ ବି ଆପଣଙ୍କଠାରେ କରୋନା ଭୂତାଣୁ ଥାଇପାରେ । ବରିଷ୍ଠ ମେଡିସିନ୍ ସ୍ପେଶାଲିଷ୍ଟ (ଭେଷଜ ବିଶେଷଜ୍ଞ )ଡାକ୍ତର ନିରୋଜ ମିଶ୍ର ଏପରି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ଧଇଁସଇଁ ଲାଗିଲେ, ସାମାନ୍ୟ କାଶ ହେଲେ ଓ ପତଳା ଝାଡା ହେଲେ ପରୀକ୍ଷା କରାଇନେବା ଆବଶ୍ୟକ ।ବର୍ତ୍ତମାନ କରୋନାର ଯେଉଁ ଲକ୍ଷଣ ଦେଖିବାକୁ ମିଳୁଛି ସେଥିରେରୋଗୀକୁ ଜର ଆସୁନାହିଁ, କିନ୍ତୁ ଏଭଳି ଲକ୍ଷଣ ଦେଖାଦେଉଛି । ତେଣୁ ଧଇଁସଇଁ ଲାଗିଲେ ଏବଂ ପତଳା ଝାଡା ହେଲେ ପରୀକ୍ଷା କରାଇ ନେବା ସହ ଆଇସୋଲେସନରେ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0