ରାଜ୍ୟର ବୃହତମ କୋଭିଡ ହସ୍ପିଟାଲ୍ ଭାବେ ସୋଆ ପକ୍ଷରୁ ଭୁବନେଶ୍ୱର ଠାରେ ୭୨୫ ଶଯ୍ୟା ବିଶିଷ୍ଟ (ଆଇସିୟୁ ଏବଂ ହାଇ ଡିପେଣ୍ଡାନ୍ସ ୟୁନିଟ୍ ବେଡ୍ସ) ପ୍ରସ୍ତୁତ କରାଯାଇଥିବା ବେଳେ ନୟାଗଡ ଜିଲ୍ଲାର ଚାନ୍ଦପୁର ଠାରେ ୩୬୬ ଶଯ୍ୟା, କେନ୍ଦ୍ରାପଡା ଠାରେ ୧୭୦ ଶଯ୍ୟା ଏବଂ ତାଳଚେର ଠାରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ୍ ପ୍ରସ୍ତୁତ କରାଯାଇ ରୋଗୀ ଚିକିତ୍ସା କରାଯାଉଛି । ସେହିପରି ସୋଆ ପକ୍ଷରୁ ଜାମୁଝରୀ ଠାରେ ୫୦୦ ଶଯ୍ୟା ଏବଂ ଜଟଣୀ ଠାରେ ୩୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଂଟର ପରିଚାଳନା କରାଯାଉଛି ।ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିଚାଲିଥିବା ବେଳେ ସବୁ ହସ୍ପିଟାଲ୍ଗୁଡ଼ିକରେ ରୋଗୀଙ୍କର ଉତମ ଚିକିତ୍ସା କରାଯାଉଥିବା ବେଳେ ଡାକ୍ତର, ନର୍ସ ଏବଂ ପାରାମେଡିକ୍ସମାନେ ଦିନ ରାତି କରୋନା ରୋଗୀମାନଙ୍କର ସେବା କରିବାରେ ନିଜକୁ ନିୟୋଜିତ କରିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0