ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କରୋନା ଦିନକୁ ଦିନ ବଢିବାରେ ଲାଗିଛି । କିଛି ଦିନ ହେବ ଲୋକସେବା ଭବନରେ କିଛି କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢିଯାଇଛି । ଏପରି ପରିସ୍ଥିତିର ମୁକାବିଲା କରିବା ପାଇଁ ସରକାର ନୂଆ ନିୟମ ଲାଗୁ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହିତ ପରାମର୍ଶ କରି ଏହି ନିୟମାବଳୀ ପ୍ରସ୍ତୁତ କରାଯାଇଛି । ନୂଆ ନିୟାମୁଯାୟୀ, ଯଦି କୌଣସି ସରକାରୀ ଅଫିସରୁ କରୋନା ଆକ୍ରାନ୍ତ ଚିହ୍ନଟ ହୁଅନ୍ତି ତେବେ, ତାଙ୍କୁ ଯଥାଶୀଘ୍ର ହୋମ୍ ଆଇସୋଲେସନରେ ରହିବାକୁ କୁହାଯିବ । କିମ୍ବା କୋଭିଡ ସେଣ୍ଟରକୁ ପଠାଯିବ । ତାପରେ ତାଙ୍କ ସଂପର୍କରେ ଆସିଥିବା ସମସ୍ତଙ୍କୁ ଠାବ କରାଯାଇ କ୍ୱାରେଣ୍ଟିନରେ ରଖାଯିବ । କରୋନା ଆକ୍ରାନ୍ତ ଚିହ୍ନଟ ସରକାରୀ କର୍ମଚାରୀ ଯେଉଁ ଅଫିସରେ କାମ କରୁଥିଲେ, ସେହି ସ୍ଥାନକୁ ବିଶୋଧନ କରାଯିବ । ଯଦି ଏକାଧିକ ଆକ୍ରାନ୍ତ ବାହାରନ୍ତି, କିମ୍ବା ୪୮ ଘଣ୍ଟା ମଧ୍ୟରେ ଆକ୍ରାନ୍ତ ସେହି ସ୍ଥାନକୁ ଯାଇଥାନ୍ତି ତେବେ ସେହି ସ୍ଥାନକୁ ସିଲ୍ କରି ଦିଆଯିବ । ଯଦି ଅଧିକ ଆକ୍ରାନ୍ତ ବାହାରନ୍ତି, ପୁରା ବିଲ୍ଡିଂକୁ ସିଲ୍ କରିବା ନେଇ ଗାଇଡଲାଇନ୍ ରେ ଉଲ୍ଲେଖ ରହିଛି । ଏମିତି ପରିସ୍ଥିତିରେ ସମସ୍ତ କର୍ମଚାରୀ ଘରେ ରହି କାମ କରିବେ । ଏ ସମସ୍ତ ନିୟମ ଅଫିସ୍ ମୁଖ୍ୟ ବା କୋଭିଡ୍ କମ୍ପ୍ଲାଏନ୍ସ ଅଫିସରଙ୍କ ଦାୟିତ୍ୱରେ କରାଯିବ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0