spot_img

ଭଙ୍ଗାଯିବନି କଙ୍ଗନାଙ୍କ ମଣିକର୍ଣ୍ଣିକା, କଙ୍ଗନାଙ୍କ ଆବେଦନ ପରେ ବମ୍ବେ ହାଇକୋର୍ଟର ରହିତାଦେଶ

ବଲିଉଡ଼୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ମଣିକର୍ଣ୍ଣିକା କାର୍ଯ୍ୟାଳୟ ଭଙ୍ଗାଯିବା ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ଘର ନିର୍ମାଣ ବେଆଇନ ଦର୍ଶାଇ ବୁଲଡୋଜର ଲଗାଇ ଭାଙ୍ଗିଥିଲା ବିଏମସି । ଏନେଇ କଙ୍ଗନାଙ୍କ ଓକିଲ ବିଏମସି ବିରୋଧରେ ହାଇକୋର୍ଟ ଯାଇଥିଲେ । ବମ୍ବେ ହାଇକୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି । ଆସନ୍ତାକାଲି ପର୍ଯ୍ୟନ୍ତ ରହିତାଦେଶ ସହ କାଲି ପରବର୍ତ୍ତୀ ଶୁଣାଣି ହେବ । ରହିତାଦେଶ ଜାରି ସହ ବିଏମସିଠାରୁ ହାଇକୋର୍ଟ ଜବାବ ମାଗିଛନ୍ତି । ସୂଚନା ଯୋଗ୍ୟ ଯେ ଗତ କିଛି ଦିନ ହେଲା କଙ୍ଗନା ଓ ଶିବସେନା ମଧ୍ୟରେ କଥା କଟାକଟି ଚାଲିଥିଲା । ମୁମ୍ବାଇ ତାଙ୍କୁ ପିଓକେ ପରି ଲାଗୁଛି ଓ ସେ ସୁରକ୍ଷିତ ନଥିବା କଥା କଙ୍ଗନା କହିଥିଲେ । ଏହା ପରେ ଶିବସେନା ନେତା ତାଙ୍କୁ ମୁମ୍ବାଇ ନଆସିବାକୁ କହିଥିଲେ । ମାମଲା ବଢ଼ିବା ପରେ କେନ୍ଦ୍ର ସରକାର କଙ୍ଗନାଙ୍କୁ ୱାଇ ପ୍ଲସ୍ ସୁରକ୍ଷା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular