spot_img

୨୪ ଘଣ୍ଟାରେ ୬୯,୨୩୯ କରୋନା ଆକ୍ରାନ୍ତ ଚିହ୍ନଟ, ୯୧୨ମୃତ

ନୂଆଦିଲ୍ଲୀ : ଦେଶରେ ଦିନକରେ ୬୯,୨୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଗଷ୍ଟ ୨୩ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୦,୪୪,୯୪୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨୨,୮୦,୫୬୬ ସୁସ୍ଥ ହୋଇଥିବା ବେଳେ ୫୬,୭୦୬ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡିଥିବା ୬୯,୨୩୯ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭,୦୭,୬୬୮ ରହିଛି । ସେପଟେ ୨୪ ଘଣ୍ଟାରେ ୯୧୨ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଦେଶରେ କରୋନା ଜନିତ ସମୁଦାୟ ମୃତ୍ୟୁ ସଂଖ୍ୟା ୫୬,୭୦୬ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular