ଭୁବନେଶ୍ୱର: ୨୦୨୦-୨୧ ଶିକ୍ଷାବର୍ଷ ଲାଗି ଓଡିଆ ମାଧ୍ୟମ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସିଲାବସ୍ ୩୦ପ୍ରତିଶତ କମିବ । ସିବିଏସଇ ବୋର୍ଡ ୩୦ପ୍ରତିଶତ କମାଇଥିବା ବେଳେ ସିଆଇଏସସିଇ ବୋର୍ଡ ୨୫ପ୍ରତିଶତ ସିଲାବସକୁ ହ୍ରାସ କରିଛି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମ ହ୍ରସ କରାଯିବ । ତାହାକୁ ଅଧାର କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମଧ୍ୟ ସମସ୍ତ ୧୨ଟି ଶ୍ରେଣୀର ପାଠ୍ୟକ୍ରମ ୩୦ ପ୍ରତିଶତ କମାଇବାକୁ ସ୍ଥିର କରିଛି । ସ୍କୁଲ କେବେ ଖୋଲିବ ସ୍ଥିର ହୋଇ ନ ଥିଲେ ମଧ୍ୟ ଆସନ୍ତା ୭ ମାସର ପାଠପଢାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ସମସ୍ତ ପକ୍ରିୟା ଶେଷ ହୋଇଥିବାରୁ ଆସନ୍ତା ଏକ ସପ୍ତାହ ମଧ୍ୟରେ ନୂତନ ସିଲାବସ୍ ପ୍ରକାଶ ହେବ ବୋଲି ସୂଚନା ମିଳିଛି । ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନିର୍ଦ୍ଦେଶକ୍ରମେ ଗତ ସପ୍ତାହ ମଧ୍ୟରେ ଗଣଶିକ୍ଷା ବିଭାଗ ଅଧିକାରୀଙ୍କ ୪ଟି ବୈଠକ ବସି ଲଗାତାର ଭାବେ ଅନୁଧ୍ୟାନ କରାଯାଇଛି ଏବଂ ସିଲାବସ ହ୍ରାସ ପରେ ସିବିଏସଇରେ ଯେଉଁଭଳି ବିବାଦ ସୃଷ୍ଟି ହୋଇଥିଲା ଓଡିଆ ମିଡିୟମରେ ଯେପରି ସେମିତି ନ ହୁଏ ସେଥିପ୍ରତି ଗୁରୁତ୍ୱାରୋପ କରାଯାଇଛି । ସେପ୍ଟେମ୍ବରରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଶିକ୍ଷାବର୍ଷକୁ ଆଖିରେ ରଖି ସିଲାବସ୍ ପ୍ରସ୍ତୁତ ହୋଇଛି । ଅନ୍ୟପକ୍ଷରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ସିଲାବସକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ସେପ୍ଟେମ୍ବରରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ କରିବାକୁ ବିଭାଗ ଯୋଜନା ପ୍ରସ୍ତୁତି କରିଛି । ଅଗଷ୍ଟ ୩୧ ଯାଏ ସ୍କୁଲ ଛୁଟି ରହିଛି । ତେଣୁ ସେପ୍ଟେମ୍ବର ମାସ ଲାଗି ଅଗଷ୍ଟ ୩୦ କିମ୍ବା ୩୧ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନୂଆ ଗାଇଡଲାଇନ୍ ଜାରି କରିବ ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0