spot_img

କରୋନା ସଂକ୍ରମିତ ବାବୁଲ ସୁପ୍ରିୟୋ, ସ୍ତ୍ରୀ-ବାପା ଓ କର୍ମଚାରୀ

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ତ୍ରୁଣମୂଳ କଂଗ୍ରେସ ନେତା ବାବୁଲ ସୁପ୍ରିୟୋଙ୍କୁ କରୋନା । ତୃତୀୟ ଥର ପାଇଁ କୋଭିଡ ସଂକ୍ରମିତ ହୋଇଛନ୍ତି ଏହି ନେତା । ଟ୍ୱିଟ କରି ନିଜେ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସେ, ତାଙ୍କ ପତ୍ନୀ, ବାପା ଏବଂ ଅନେକ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ।

ବାବୁଲ ଟ୍ୱିଟ୍ କରି କହିଛନ୍ତି, ‘ମୁଁ, ମୋ ପତ୍ନୀ, ବାପା ଏବଂ ଅନେକ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ସେ ଆହୁରି ଲେଖିଛନ୍ତି ମୋର ଚିନ୍ତାର କାରଣ ହେଉଛି କରୋନା ଗୁରୁତର ରୋଗୀଙ୍କୁ ଦିଆଯାଉଥିବା କକଟେଲ ଟିକା, ଯାହାର ମୂଲ୍ୟ ୬୧ ହଜାର ଟଙ୍କା, ତାହା ମୋ ୮୪ ବର୍ଷୀୟ ବାପାଙ୍କୁ ଦିଆଯିବାର ଥିଲା । ତେବେ ଏହି ଟିକାକୁ ମୋତେ କିଣିବାକୁ ପଡିଥିଲା । ସେ କହିଛନ୍ତି ଯଦି ମୁଁ କିଣିବାରେ ଅସମର୍ଥତା ପ୍ରକାଶ କରୁଥିଲେ, ତେବେ ସାଧାରଣ ଲୋକଙ୍କ ପକ୍ଷେ ଏହା କିପରି ସମ୍ଭବ ହେବ ତାହା ଗୋଟିଏ ବଡ ପ୍ରଶ୍ନ ।

ବାବୁଲ ସୁପ୍ରିୟୋ ଅନ୍ୟ ଏକ ଟ୍ୱିଟରେ କହିଛନ୍ତି ଯେ ସେ ତୃତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି । ନଭେମ୍ବର ୨୦୨୦ରେ ତାଙ୍କୁ ପ୍ରଥମ ଥର ପାଇଁ କରୋନା ହୋଇଥିଲା । ସେହି ସମୟରେ ତାଙ୍କ ମାଆଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । ଏହା ପରେ, ସେ ଏପ୍ରିଲ୍ ୨୦୨୧ରେ କରୋନା ସଂକ୍ରମିତ ହୋଇଥିଲେ । ବର୍ତ୍ତମାନ ତୃତୀୟ ଥର ପାଇଁ ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular