ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ପ୍ରଥମ ଥର ପାଇଁ କରୋନା ପରୀକ୍ଷଣର ସମସ୍ତ ରିପୋର୍ଟ ନେଗେଟିଭ୍ ଆସିଛି । ଗୋଟିଏ ଦିନରେ ୩୫୯୭ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିବା ବେଳେ ସମସ୍ତ ରିପୋର୍ଟ ନେଗେଟିଭ୍ ଆସିଥିବା ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଜିଲ୍ଲାର ସମସ୍ତ କରୋନା ଯୋଦ୍ଧା ଏବଂ ଟିମ୍ କୁ ଧନ୍ୟବାଦ ଜଣାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।
ସେପଟେ ଗ୍ରୀନ୍ ଦୀପାବଳି ଉତ୍ସବ ପାଳନ କରିବାକୁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି । କୋଭିଡ୍ ଫ୍ରି ଦୀପାବଳି ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ଘରକୁ ଅଧିକ ଅତିଥି ନିମନ୍ତ୍ରଣ କରିବାକୁ ଜିଲ୍ଲାପାଳ ବାରଣ କରିଛନ୍ତି । ବାଣ ନଫୁଟାଇ ଦୀପାବଳି ପାଳନ କରିବାକୁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0