ବାଲେଶ୍ବର : ମଙ୍ଗଳବାର ରାଜ୍ୟର ୨ଟି ଉପ-ନିର୍ବାଚନର ଭୋଟ ଗଣତି ଚାଲିଛି ଏପର୍ଯ୍ୟନ୍ତ ୧୪ ରାଉଣ୍ଡର ଭୋଟ୍ ଗଣତି ଶେଷ ହୋଇଛି। ତେବେ ବାଲେଶ୍ୱର ଉପନିର୍ବାଚନ ଜଣେ ପ୍ରାର୍ଥୀଙ୍କ ପାଇଁ ଚର୍ଚ୍ଚାରେ ଥିଲା। ସେ ହେଉଛନ୍ତି ବେଣୁଧର ବାରିକ।
ସୋଶାଲ୍ ମିଡିଆରେ ବିଜେଡି ଓ ବିଜେପିଠାରୁ ଅଧିକ ଚର୍ଚ୍ଚାରେ ଥିଲେ ବେଣୁ ମଉସା। ତେବେ ଆଜି ଭୋଟ୍ ଗଣତିରେ ବେଣୁ ମଉସାଙ୍କୁ କେତେ ଭୋଟ୍ ମିଳିଲା, ତାକୁ ନେଇ ସବୁ ଚର୍ଚ୍ଚା। ୧୪ ରାଉଣ୍ଡ ଭୋଟ୍ ଗଣତି ସୁଦ୍ଧା ବେଣୁ ମଉସାଙ୍କୁ ମାତ୍ର ୪୬୬ ଖଣ୍ଡ ଭୋଟ୍ ମିଳିଛି, ଯାହାକି ଅତ୍ୟନ୍ତ ନୈରାଶ୍ୟଜନକ କହିଲେ ଅତ୍ୟୁକ୍ତି ହେବ ନାହିଁ। ବାଲେଶ୍ବର ଉପ ନିର୍ବାଚନରେ ବିଜେଡି-ବିଜେପି ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଥିବା ବେଳେ ତିର୍ତ୍ତୋଲରେ ବିଜେଡି ଆଗରେ ରହିଛି। କିନ୍ତୁ ବେଣୁଧର ବାରିକଙ୍କୁ ଯେଉଁଭଳି ସମର୍ଥନ ମିଳିଥିଲା, ତାହା ଭୋଟ୍ରେ ପରିଣତ ହୋଇ ନାହିଁ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0