spot_img

ନକଲି ମାଓବାଦୀ ନାଁରେ ୩ଜଣ ଗିରଫ

କୋକସରା: କଳାହାଣ୍ଡି ଜିଲ୍ଳାର ଜୟପାଟଣା ଥାନା ଅଞ୍ଚଳରେ ଜଣେ ଚାଷୀଙ୍କ ଠାରୁ ମାଓବାଦୀ ପରିଚୟ ଦେଇ ୧୦ ଲକ୍ଷ ଟଙ୍କାର ଚାନ୍ଦା ମାଗିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ୍ । ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଳାର ଜୟପାଟଣା ଥାନା ଅନ୍ତର୍ଗତ ପଝାରୀଗୁଡାର ତୁଳସୀରାମ ନାୟକ ନାମକ ଜଣେ ଚାଷୀଙ୍କୁ ଫୋନ ଜରିଆରେ ୧୦ ଲକ୍ଷ ଟଙ୍କା ଚାନ୍ଦା ଦେବା ପାଇଁ କହିଥିଲେ ଏହି ମାଓବାଦୀ । ଟଙ୍କା ନ ଦେଲେ ପରସ୍ଥିତି ଭୟାବହ ହେବ ବୋଲି ଧମକ ଦେଇଥିଲେ । ଏନେଇ ତୁଳସୀ ରାମ ଜୟପାଟଣା ଥାନାରେ ଅଭିଯୋଗ କରିଥିଲେ । ଏହାପରେ ଯୋଜନାବଦ୍ଧ ଭାବେ ତୁଳସୀରାମ ନକଲି ମାଓବାଦୀଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଡାକିଥିଲେ । ସେଠାରେ ସେମାନେ ଟଙ୍କା ନେଉଥିବା ସମୟରେ ପୋଲିସ ସେମାନଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular