ବାଲେଶ୍ବର: ରେମୁଣା ବ୍ଲକ ଅନ୍ତର୍ଗତ ଦୁର୍ଗାଦେବୀ ପଞ୍ଚାୟତର ଗ୍ରାମ୍ୟ ରୋଜଗାର ସେବକ (ଜିଆରଏସ) ବାଲେଶ୍ବର ଭଜିଲାନ୍ସ ବିଭାଗର ଅଧିକାରୀଙ୍କ ଜାଲରେ ଛନ୍ଦି ହୋଇଯାଇଛନ୍ତି। ବିଜୁ ପକ୍କା ଘର କରାଇ ଦେବା ପାଇଁ ଜଣେ ହିତାଧୀକାରୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଅଭିଯୁକ୍ତ ନିର୍ବାହୀ ଅଧିକାରୀଙ୍କ ନାମ ହେମନ୍ତ କୁମାର ପଢ଼ିଆରୀ। ଅଭିଯୋଗ ଅନୁସାରେ ଜିଆରଏସ ଶ୍ରୀ ପଢ଼ିଆରୀ ମୟୂରଭଂଜ ଜିଲ୍ଲା ବଡ଼ସାହୀ ଥାନା ଅନ୍ତର୍ଗତ ନୂଆହାଟ ଗାଁର ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ଣ୍ଣଚନ୍ଦ୍ରଙ୍କ ପିତାଙ୍କ ନାଁରେ ବିଜୁ ପକ୍କା ଘର ଯୋଜନାରେ ଏକ ଘର କରାଇଦେବାକୁ ଜିଆରଏସ ଏହି ଟଙ୍କା ଦାବି କରିଥିଲେ। ଘଟଣା ସଂପର୍କରେ ପୂର୍ଣ୍ଣଚନ୍ଦ୍ର ଭିଜିଲାନ୍ସ ବିଭାଗକୁ ସୂଚନା ଦେଇଥିଲେ। ଆଜି ଯୋଜନା ମୂଳକ ଭାବେ ପୂର୍ଣ୍ଣଚନ୍ଦ୍ର ୧୦ ହଜାର ଟଙ୍କା ଲାଞ୍ଚ ଦେବାର ଅଳ୍ପ ସମୟୟ ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ଶ୍ରୀ ପଢ଼ିଆରୀଙ୍କ ଠାରୁ ରଙ୍ଗବୋଳା ଟଙ୍କା ଜବତ କରାଯାଇଥିଲା। ଭିଜିଲାନ୍ସ ବିଭାଗ ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0