spot_img

ରାଜ୍ୟରେ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା , ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫୩୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବେକାବୁ ହେଉଛି କରୋନା ସଂଖ୍ୟ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆମ ରାଜ୍ୟ ଓଡ଼ିଶାର ୩୦ଟି ଜିଲ୍ଲାରୁ ୩ ହଜାର ୪ଶହ ୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୩୧ ହଜାର ୩୮୨କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୩ ହଜାର ୪ଶହ ୯୦ ଜଣ କରୋନା ପଜିଟିଭ୍‌ଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୦୯୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ଲୋକାଲ କେସ୍ ଅଛନ୍ତି ୧୩ ୯୬ ଜଣ । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୫୩୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , କଟକରୁ ୩୭୬ ଜଣ, ପୁରୀରୁ ୨୧୭ ଜଣ, ରାୟଗଡ଼ାରୁ ୨୦୬ଜଣ, ଭଦ୍ରକରୁ ୮୯ଜଣ, ମୟୂରଭଞ୍ଜରୁ ୨୦୭ ଜଣ, ସୁନ୍ଦରଗଡ଼ରୁ ୬୪ ଜଣ, ବରଗଡ଼ରୁ ୧୭୬ ଜଣ, କେନ୍ଦୁଝରରୁ ୫୫ଜଣ, ଗଞ୍ଜାମରୁ ୬୯ ଜଣ, ନବରଙ୍ଗପୁରରୁ ୪୦ ଜଣ, କେରାପୁଟରୁ ୯୩ ଜଣ, ସମ୍ବଲପୁରରୁ ୮୫ ଜଣ, ନୟାଗଡ଼ରୁ ୩୪ ଜଣ, ସୁବର୍ଣ୍ଣପୁରରୁ ୧୦୭ ଜଣ, ଜଗତସିଂହପୁରରୁ ୯୧ ଜଣ, ଅନୁଗୁଳରୁ ୩୮ଜଣ, କେନ୍ଦ୍ରାପଡ଼ାରୁ ୮୫ ଜଣ, ବୌଦ୍ଧରୁ ୨୫ ଜଣ, ବଲାଙ୍ଗିରରୁ ୧୧୦ ଜଣ, ନୂଆପଡ଼ାରୁ ୧୦୨ ଜଣ, ଝାରସୁଗୁଡ଼ାରୁ ୧୦୩ ଜଣ, କଳାହାଣ୍ଡିରୁ ୩୯ ଜଣ, କନ୍ଧମାଳରୁ ୮୪ ଜଣ, ଦେବଗଡ଼ରୁ ୨୭ ଜଣ, ଯାଜପୁରରୁ ୧୭୮ ଜଣ, ଢ଼େଙ୍କାନାଳରୁ ୮୧ ଜଣ, ଗଜପତିରୁ ୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାନାଗିରିରୁ ୨୨ ଜଣ ଓ ବାଲେଶ୍ୱରରୁ ୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular