ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଶ୍ୱରେ ବ୍ରାଜିଲକୁ ଫଛରେ ପକାଇ ଦ୍ୱିତୀୟ ସ୍ଥାନରେ ପହଁଞ୍ଚି ସାରିଛି ଭାରତ । ଗତ କିଛି ଦିନ ହେବ ଦେଶରେ ପ୍ରାୟ ୯୦ ହଜାରରୁ ଉଦ୍ଧ୍ୱର୍ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ଟିକେ ଆଶ୍ୱସ୍ତି ମିଳିଛି । ଦିନକରେ ଦେଶରୁ ୭୫ ହଜାର ୮୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪୨ ଲକ୍ଷ ୮୦ ହଜାର ୪୨୨ରେ ପହଞ୍ଚିଯାଇଛି । ଦେଶରେ ବର୍ତ୍ତମାନ ୮ ଲକ୍ଷ ୮୩ ହଜାର ୬୯୭ ଜଣ କରୋନା ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ସେପଟେ ୩୩ ଲକ୍ଷ ୨୩ ହଜାର ୯୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି । ଯଦି ଆମେ ଦେଶର ମୃତୁ୍ୟ କଥା କହିବା ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୭୨ ହଜାର ୭୭୫ ଜଣଙ୍କର ମୃତୁ୍ୟ ଘଟି ସାରିଲାଣି । ସେମାନଙ୍କ ମଧ୍ୟରୁ ୨୪ ଘଣ୍ଟା ମଧ୍ୟରେ ୧,୧୩୩ ଜଣଙ୍କର ମୃତୁ୍ୟ ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0