ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବେକାବୁ ହେଉଛି କରୋନା ସଂଖ୍ୟ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆମ ରାଜ୍ୟ ଓଡ଼ିଶାର ୩୦ଟି ଜିଲ୍ଲାରୁ ୩ ହଜାର ୭ ଶହ ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୩୫ ହଜାର ୧୩୦କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୩ ହଜାର ୭ଶହ ୪୮ ଜଣ କରୋନା ପଜିଟିଭ୍ଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୨୧୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ଲୋକାଲ କେସ୍ ଅଛନ୍ତି ୧୫୩୮ ଜଣ । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୬୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , କଟକରୁ ୩୯୨ ଜଣ, ପୁରୀରୁ ୩୮୭ ଜଣ, ରାୟଗଡ଼ାରୁ ୮୨ଜଣ, ଭଦ୍ରକରୁ ୪୬ଜଣ, ମୟୂରଭଞ୍ଜରୁ ୩ ଜଣ, ସୁନ୍ଦରଗଡ଼ରୁ ୧୫୭ ଜଣ, ବରଗଡ଼ରୁ ୯୨ ଜଣ, କେନ୍ଦୁଝରରୁ ୬୩ ଜଣ, ଗଞ୍ଜାମରୁ ୭୧ ଜଣ, ନବରଙ୍ଗପୁରରୁ ୧୨୧ ଜଣ, କେରାପୁଟରୁ ୯୭ ଜଣ, ସମ୍ବଲପୁରରୁ ୭୯ ଜଣ, ନୟାଗଡ଼ରୁ ୬୯ ଜଣ, ସୁବର୍ଣ୍ଣପୁରରୁ ୧୨୪ ଜଣ, ଜଗତସିଂହପୁରରୁ ୯୪ ଜଣ, ଅନୁଗୁଳରୁ୫୭ ଜଣ, କେନ୍ଦ୍ରାପଡ଼ାରୁ ୧୧୬ ଜଣ, ବୌଦ୍ଧରୁ ୫୮ ଜଣ, ବଲାଙ୍ଗିରରୁ ୧୬୩ ଜଣ, ନୂଆପଡ଼ାରୁ ୧୦୭ ଜଣ, ଝାରସୁଗୁଡ଼ାରୁ ୭୦ ଜଣ, କଳାହାଣ୍ଡିରୁ ୩୮ ଜଣ, କନ୍ଧମାଳରୁ ୮୫ ଜଣ, ଦେବଗଡ଼ରୁ ୨୪ ଜଣ, ଯାଜପୁରରୁ ୧୪୦ ଜଣ, ଢ଼େଙ୍କାନାଳରୁ ୬୫ ଜଣ, ଗଜପତିରୁ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାନାଗିରିରୁ ୨୧ ଜଣ ଓ ବାଲେଶ୍ୱରରୁ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0