ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ବନ୍ଦ ଥିବା ସ୍କୁଲ ପୁଣି ଥରେ ଚାଲୁ କରିବା ପାଇଁ କେନ୍ଦ୍ର ସରକାର ନୂଆ ଏସଓପି ଜାରି କରିଛନ୍ତି । ନବମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଠପଢ଼ା ଆଂଶିକ ଭାବେ ଆରମ୍ଭ କରିବା ପାଇଁ କେନ୍ଦ୍ର ମନ୍ତ୍ରାଳୟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜଓର (ଏସଓପି) ଜାରି କରିଛନ୍ତି । ସେପ୍ଟେମ୍ବର ୨୧ରୁ ସ୍କୁଲରେ ପାଠପଢ଼ା ଆରମ୍ଭ ହୋଇପାରିବ । ଭିନ୍ନ ଭିନ୍ନ ସମୟରେ ପାଠପଢ଼ା ସହ କରୋନା ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ିବା ଅନୁମତି ମିଳିବନି । ଅଭିଭାବକଙ୍କ ଲିଖିତ ସହମତିରେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ ଅନୁମତି ମିଳିବ । ଅବଶ୍ୟ ସ୍କୁଲରେ ପାଠପଢ଼ା ହେବା ନହେବା ନିଷ୍ପତ୍ତି ସ୍କୁଲ ଉପରେ ଛଡ଼ାଯାଇଛି । ସ୍କୁଲରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ସ୍କୁଲର ୍କର୍ମଚାରୀମାନଙ୍କ ମଧ୍ୟରେ ୬ ଫୁଟ ଦୂରତା ରହିବା ସହ କ୍ରମାଗତ ହାତ ଧୋଇବା ଓ ମାସ୍କ ପିନ୍ଧିବା ନିୟମକୁ କଡ଼ାକଡ଼ି ପାଳନ କରାଯିବା ବାଧ୍ୟତାମୂଳକ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0