ନୂଆଦିଲ୍ଲୀ : କରୋନା ଭାଇରସର ଆତଙ୍କ ଏବେବି ଜାରି ରହିଛି । କରୋନା ଟିକାକରଣ ଆରମ୍ଭ ହୋଇଥିଲେ ବି ସତର୍କ ରହିବାକୁ କୁହାଯାଉଛି । ଏହି ମହାମାରୀ ଅନେତ ଜୀବନ ନେଇଛି । ତେବେ କରୋନା ମୁକାବିଲାରେ ସାରା ବିଶ୍ୱରେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ମହାମାରୀ ବିରୋଧରେ ଲଢେଇ କରି ଅନେକ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କର ଜୀବନ ହାରିଛନ୍ତି। ତେବେ ଦେଶରେ ଏଯାଏଁ କେତେ ସଂଖ୍ୟକ ଡାକ୍ତର, ସ୍ବାସ୍ଥ୍ୟ କର୍ମୀ ଏବଂ ଆଶା କର୍ମୀ ପ୍ରାଣବଳି ଦେଇଛନ୍ତି ତାହାକୁ ନେଇ ଲୋକସଭାରେ ଉତ୍ତର ରଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନ କୁମାର ଚୌବେ। ଲୋକସଭାରେ ଏହାର ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଅଶ୍ବିନ କୁମାର ଚୌବେ । ସେ କହିଛନ୍ତି ଫେବ୍ରୁଆରୀ ୨ ସୁଦ୍ଧା ଦେଶରେ ୧୭୪ ଜଣ ଡାକ୍ତର, ୧୧୬ ଜଣ ନର୍ସ ଏବଂ ୧୧୯ଜଣ ଆଶା କର୍ମୀଙ୍କ କୋଭିଡ୍-୧୯ରେ ଜୀବନ ଯାଇଛି । କରୋନାରେ ପ୍ରାଣ ହରାଇଥିବା ଡାକ୍ତର, ସ୍ବାସ୍ଥ୍ୟ କର୍ମୀ ଏବଂ ଆଶା କର୍ମୀଙ୍କ ପାଇଁ ପୂର୍ବ ଘୋଷଣା ଅନୁଯାୟୀ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (PMGKP) ଅଧିନରେ ବୀମା ପ୍ରଦାନ କରାଯାଇଛି । ବର୍ତ୍ତମାନ ମଧ୍ୟ ବୀମା ପ୍ରଦାନ କାର୍ୟ୍ୟ ଜାରି ରହିଥିବା ସେ କହିଛନ୍ତି ।



Visitors Today : 2
Total Visitors : 130302
Total Views : 9891805
Visitors Online Now : 0