spot_img

ସେମିଫାଇନାଲରୁ ଓହରିଲେ ସେରେନା

ମେଲବୋର୍ନ: ଅଷ୍ଟ୍ରେଲିଆନ ଓପନ ଟ୍ୟୁନ ଅପ ଟୁର୍ଣ୍ଣାମେଣ୍ଟ ସେମିଫାଇନାଲରୁ ସେରେନା ୱିଲିୟମ୍ସ ଓହରି ଯାଇଛନ୍ତି । ତେବେ ତାଙ୍କର ଡାହାଣ କାନ୍ଧରେ ଯନ୍ତ୍ରଣା ଅନୁଭବ ହେବାରୁ ସେ ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥିବାର ସୂଚନା ମିଳିଛି । ଅନ୍ୟପଟେ ସେରେନା ସେମିଫାଇନାଲରେ ଶୀର୍ଷ ର୍ୟାଙ୍କିଙ୍ଗପ୍ରାପ୍ତ ଆଶ ବାର୍ଟିଙ୍କ ସହ ମୁକାବିଲା କରିଥାନ୍ତେ । ଏହି ୨୩ ଥର ଗ୍ରାଣ୍ଡସ୍ଲାମ ବିଜୟିନୀ ଏକ ଗ୍ରାଣ୍ଡସ୍ଲାମ ଇଭେଣ୍ଟରେ ଅଂଶଗ୍ରହଣ କରିବାର ଏକ ସପ୍ତାହ ପୂର୍ବରୁ କୌଣସି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ନ ଥାନ୍ତି । ତେବେ କୋଭିଡ ଯୋଗୁଁ ଗତ ବର୍ଷ ସେ ତାଙ୍କ ନୀତିରେ ପରିବର୍ତ୍ତନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular