ଭୁବନେଶ୍ୱର: ବିଧାନସଭା ଆରମ୍ଭ ହେବା ପୂର୍ବରୁ ଆସନ୍ତା ସେପ୍ଟେମ୍ବର୨୭ ରେ ବିଧାୟକଙ୍କ କରୋନା ଟେଷ୍ଟ ହେବ । ୨୭ ଓ ୨୮ ଦୁଇ ଦିନ ଧରି ଏକ ସ୍ୱତନ୍ତ୍ର କ୍ୟାମ୍ପରେ ଟେଷ୍ଟ କରାଯିବ । ଟେଷ୍ଟ ହେବା ନେଇ ବିଏମସି କମିଶନର, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି । ତା’ପରେ ପୁଣି ଚାରି ତାରିଖ ଦିନ ମଧ୍ୟ ସବୁ ବିଧାୟକଙ୍କର ଟେଷ୍ଟ କରାଯିବ । ଅଧିବେଶନ ବେଳେ କାହାକୁ ଅସ୍ୱାଭାବିକ ଲାଗିଲେ ଆଣ୍ଟିଜେନ୍ ଟେଷ୍ଟ କରିପାରିବେ । ବିଧାନସଭା ସଚିବାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କର ବି ଟେଷ୍ଟ ହେବ । ମୁଖ୍ୟମନ୍ତ୍ରୀ , ମନ୍ତ୍ରୀ, ବିରୋଧୀ ଦଳ ନେତାଙ୍କ ଅଫିସ କର୍ମଚାରୀଙ୍କର ବି ଟେଷ୍ଟ ହେବ । ଟେଷ୍ଟ ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇବାକୁ ବିଏମସିିକୁ ନିର୍ଦ୍ଦେଶ ଦିଆଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0