ଖୋର୍ଦ୍ଧା: କରୋନା ମହାମାରୀକୁ ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ପ୍ରବାସୀ ମାନଙ୍କୁ ବିଦେଶରୁ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ରେଳ ଯୋଗେ ଆଣିବାର ବ୍ୟବସ୍ଥା କରିଛନ୍ତି ଏଥିସହ ମାଗଣାରେ ଖାଇବା ପିଇବା ସହ ସ୍ୱାସ୍ଥ୍ୟ ପରୀକ୍ଷଣ ର ବ୍ୟବସ୍ଥା ମଧ୍ୟ କରିଛନ୍ତି । କିନ୍ତୁ ଜରିପଡା ପଞ୍ଚାୟତର ନିର୍ବାହୀ ଅଧିକାରୀ ଜଣେ ବିଦେଶ ଫେରନ୍ତା ଯୁବକଙ୍କ ଠାରୁ ସଙ୍ଗୋରଧ କେନ୍ଦ୍ରରେ ରହିବାକୁ ଦିନକ ପିଛା ୧୨୦ ଟଙ୍କା ମାଗୁଥିବାର ଭିଡିଓ ଭାଇରାଲ ହେଉଛି ।
ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଜରିପଡା ପଞ୍ଚାୟତର ନିର୍ବାହୀ ଅଧିକାରୀ ଅଜୟ କୁମାର ରାୟଗୁରୁ ଜଣେ ବିଦେଶ ଫେରନ୍ତା ଯୁବକଙ୍କ ଠାରୁ ଦିନକୁ ସଙ୍ଗୋରଧ କେନ୍ଦ୍ରରେ ରହିବା ବାବଦରେ ୧୨୦ ଟଙ୍କା ମାଗିଥିଲେ । ଦୁବାଇରୁ ଫେରିଥିବା ଯୁବକଙ୍କ ଠାରୁ ୧୬ ଦିନକୁ ୧୯୨୦ ଟଙ୍କା ସହ ୨୫୦୦ ଟଙ୍କା ମାଗୁଥିବାର ଦେଖିବାକୁ ମିଳିଛି । ତେବେ ଏହି ଘଟଣା ଜଣାପଡିବା ପରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0