spot_img

ଦେଶରେ ଦିନକରେ ୭୪,୪୪୨ ଆକ୍ରାନ୍ତ, ୯୦୩ ମୃତ

ନୂଆଦିଲ୍ଲୀ: ଦେଶରେ ବେକାବୁ ହେଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତକାଲି ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୫ ହଜାର ପାଖାପାଖି କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୨୪ ଘଣ୍ଟା ମଧ୍ୟରେ ୭୪ ହଜାର ପାଖାପାଖି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ୭୪,୪୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ନୂଆ ୯୦୩ ଜଣ ମୃତ୍ୟୁ ବରଣ କରିଛନ୍ତି । ଏହା ସହ ୨୪ ଘଣ୍ଟାରେ ୭୬,୭୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ନୂତନ ମୃତ୍ୟୁସଂଖ୍ୟାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୦୨,୬୮୫ ରେ ପହଞ୍ଚିଛି । ଅକ୍ଟୋବର ୫ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୬୭,୨୩,୮୧୫ ଜଣ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୫୫୮୬୭୦୩ ଜଣ ସୁସ୍ଥ ହୋଇଛନ୍ତି । ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୭୪,୪୪୨ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୩୪୪୨୭ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular