ବାଲେଶ୍ୱର : ଚାନ୍ଦିପୁର ଆଇଟିଆର୍ ୪ ନମ୍ବର ଲଞ୍ଚପ୍ୟାଡରୁ ମିଜାଇଲ କେ-୧୫ର ସ୍ମାର୍ଟ-୧ ଭର୍ସନ ମିଜାଇଲ୍ ପରୀକ୍ଷଣ ହୋଇଛି। ଆଜି ଦିନ ୧୧ଟା ୪୦ରେ ଏହାର ପରୀକ୍ଷଣ କରାଯାଇଛି। ଏହି ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ୭୫୦ କିଲୋମିଟର ବା ୪୬୬ ମାଇଲ ଯାଏ ଲକ୍ଷ୍ୟ ଭେଦ କରିପାରିବ। ହଜାରେ କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିବାର ଏହାର କ୍ଷମତା ରହିଛି।
କେ-୧୫ ହେଉଛି ବୁଡାଜାହାଜ ଦ୍ୱାରା ଦୁଇ ପର୍ଯ୍ୟାୟରେ ପରୀକ୍ଷା କରାଯାଉଥିବା ମିଜାଇଲ୍। ଏହି ମିଜାଇଲ ସ୍ଥଳଭାଗରୁ ପରୀକ୍ଷଣ କରାଯାଇଛି। ଏହାର ଗତିପଥକୁ ଟ୍ରାକ୍ କରିବା ପାଇଁ ରାଡାର୍ ଏବଂ ଇଲେକଟ୍ରୋନିକ୍ସ ଟ୍ରାକିଂ ମେସିନ୍ ବ୍ୟବହାର କରାଯାଇଥିଲା।



Visitors Today : 2
Total Visitors : 130537
Total Views : 9892086
Visitors Online Now : 0