ନୂଆଦିଲ୍ଲୀ: କମୁଛି ଦୈନିକ ସଂକ୍ରମଣ । ମାତ୍ର ବଢିଚାଲିଛି ମୃତ୍ୟୁ । ଗତ ୨୪ ଘଣ୍ଟାରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୪ ହଜାର ୩୧କୁ ବୃଦ୍ଧି ପାଇଛି । ସେପଟେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୭୪ ଲକ୍ଷ ୯୪ ହଜା୪ର ୫୫୨ । ଗତ ୨୪ ଘଣ୍ଟାରେ ୬୧ ହଜାର ୮୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଦିନକରେ ୧ ହଜାର ୩୩ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି । ଆଶ୍ୱାସନାର ବିଷୟ ଦେଶରେ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇସାରିଲେଣି ୬୫ ଲକ୍ଷ ୯୭ ହଜାର ୨୦୯ ଜଣ । ସେପଟେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭ ଲକ୍ଷ ୮୩ ହଜାର ୩୧୧ ରହିଛି ।



Visitors Today : 0
Total Visitors : 130181
Total Views : 9891632
Visitors Online Now : 0