କଲମ୍ବୋ: ଶ୍ରୀଲଙ୍କା କିଂବଦନ୍ତି ସ୍ଫିନର ମୁଥୟା ମୁରଲୀଧରନ ନିଜ ବାୟୋପିକ ଫିଲ୍ୱ ‘୮୦୦’କୁ ନେଇ ମୁହଁ ଖୋଲିଲେ । ତେବେ ତାମିଲନାଡୁରେ ମୁରଲିଙ୍କ ଚରିତ୍ରକୁ ଅଭିନୟ କରିବାକୁ ଯାଉଥିବା ବିଜୟ ସେଥୁପାଥିଙ୍କ ବିରୁଦ୍ଧରେ ବିବାଦ ମୁଣ୍ଡ ଟେକିବାରେ ଲାଗିଛି । ତେବେ ପୂର୍ବତନ ଶ୍ରୀଲଙ୍କା ରାଷ୍ଟ୍ରପତି ମହିନ୍ଦା ରାଜପକ୍ସଙ୍କ ଦୃଢ ସମର୍ଥକ ଭାବେ ରହିବା ହିଁ ଏହାର ମୁଖ୍ୟ କାରଣ ବୋଲି ମୁରଲୀଧରନ ସ୍ଫଷ୍ଟ କରିଛନ୍ତି । ସେନେଇ ମୁହଁ ଖୋଲିଛନ୍ତି ମୁରଲୀଧରନ “କୌଣସି ବିବାଦ ମୋତେ ଏତେଟା ପ୍ରଭାବିତ କରେନି। କାରଣ ମୁଁ ବିବାଦ ସହ ପୂର୍ବରୁ ପରିଚିତ। ହେଲେ ସଦ୍ୟ ଉଠିଥିବା ବିବାଦକୁ ନେଇ ମୁଁ ମୋର ଭାବନା ବ୍ୟକ୍ତ କରିବାକୁ ଚାହେଁ। ମୋ ଜୀବନୀ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯେତେବେଳେ ପ୍ରଯୋଜକ ମୋତେ ପ୍ରଥମେ ପ୍ରସ୍ତାବ ଦେଇଥିଲେ ସେତେବେଳଠୁ ମୁଁ ଦ୍ବିଧାରେ ଥିଲି। ହେଲେ ଏହି ଚଳଚ୍ଚିତ୍ର ମୋର ସଫଳତାରେ ଅଭିଭାବକ, ଶିକ୍ଷକ, ପ୍ରଶିକ୍ଷକ ଏବଂ ସାଥୀ ସହଯୋଗୀ ଖେଳାଳିମାନଙ୍କ ଅବଦାନକୁ ସ୍ବୀକୃତି ଦେବାରେ ସଠିକ୍ ସୁଯୋଗ ହେବାନେଇ ପରେ ଭାବିଥିଲି’’ ବୋଲି କହିଛନ୍ତି ମୁରଲୀ।



Visitors Today : 1
Total Visitors : 130427
Total Views : 9891958
Visitors Online Now : 0