spot_img

୨୪ ଘଣ୍ଟାରେ ଦେଶରେ ୭୫,୮୨୯ କରୋନା ଆକ୍ରାନ୍ତ ଚିହ୍ନଟ,୯୪୦ ମୃତ

ନୂଆଦିଲ୍ଲୀ: ଦେଶରେ ଗତ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ମଧ୍ୟ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତା ବଢାଉଛି । ଅକ୍ଟୋବର ୪ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୬୫ ଲକ୍ଷ ୪୯ ହଜାର ୩୭୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୫୫ ଲକ୍ଷ ୦୯ ହଜାର ୯୬୬ ଜଣ ସୁସ୍ଥ ହୋଇଛନ୍ତି । ସେପଟେ ୧ ଲକ୍ଷ ୧ ହଜାର ୭୮୨ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡିଥିବା ୭୫ ହଜାର ୮୨୯ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୭ ହଜାର ୬୨୫ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୪୦ ଜଣ କରୋନା ଆକ୍ରାନ୍ତ ମୃତୁ୍ୟବରଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular